ସମୟର ସ୍ରୋତ
ସମୟର ସ୍ରୋତ
ସମୟ ସ୍ରୋତ ଧାଇଁ ଚାଲେ
ପ୍ରତିଯୋଗୀ ହେଇ ଆଗକୁ ଆଗକୁ ,
ଯେତେ କସରତ କଲେ ବି -
ସମୟ ପଛରେ ରହିଯାଏ ଏ ଦୁଇ ପାଦ,
ହେଲେ ସମୟର ବେଗ କେବେ ଥକେନା..
ବର୍ଷା ଖରା ଶୀତ ସବୁ ଛୁଇଁ ଯାଇଛନ୍ତି ତା ଦେହ
କିନ୍ତୁ କେହି ତା ପେଟର ଭୋକ ମେଣ୍ଟେଇ ପାରିନି...
ପେଟ ପୋଡି ଯାଉଥିବା ମଣିଷ -ଆଜି
ବିକଳାଙ୍ଗ ଶରୀର ନେଇ ଧାଇଁ ଚାଲିଛି
ସମୟ ପଛରେ,
କେତେବେଳେ ଝୁନ୍ଟୁଚି,କେତେବେଳେ ତଳେ ପଡୁଚି
କେତେବେଳେ ସକାଳ ଖରାରେ ତାରା ଖୋଜୁଚି,
ପୁଣି କେତେବେଳେ ଜହ୍ନର ଶୀତଳ ଜ୍ୟୋତ୍ସ୍ନାରେ
ସୂର୍ଯ୍ୟର ଉତ୍ତାପ ଅନୁଭବ କରୁଚି,
କିନ୍ତୁ ସେ ଅଣନିଶ୍ଵାସୀ ହେଇ ଧାଇଁଚାଲିଛି
ପେଟରେ ଓଦା କପଡା ପକେଇ-
ମେଣ୍ଟେଇବାକୁ ତା ପେଟର ଭୋକ... Il