STORYMIRROR

Suchitra Thayal

Romance Tragedy Inspirational

4  

Suchitra Thayal

Romance Tragedy Inspirational

ପୁଣି ଫେରିବ ମୋ ଫଗୁଣ

ପୁଣି ଫେରିବ ମୋ ଫଗୁଣ

1 min
266

ଆସିଥିଲ ତୁମେ ଜୀବନରେ ମୋର

         ନେଇ ସାତ ଫଗୁଣ ର ରଙ୍ଗ।

ସାତ ଜନମର ସାଥି ହେବ କହି

    ଦେଇ ଗଲ ତୁମେ କଳଙ୍କ ର ଦାଗ।।


ଆଜି ବି ଏ ମନ ତୁମକୁ ଖୋଜୁଛି

           ଖୋଜିବ ମରିବା ଯାଏ ।

ଚାହିଁ ବସିଛି ମୁଁ ତୁମ ଫେରିବା ବାଟକୁ

        ଆଜିବି ମୁଁ ତୁମକୁ ଭଲ ପାଏ।।


ସବୁ ରାଗ ଭୁଲି ଫେରି ଆସ ଧନ

     ପଛିଦିଅ ମୋ ମନ ରୁ କଳଙ୍କ ଦାଗ।

ଫେରି ଆସ ଧନ ଫେରିବ ଫଗୁଣ

      ଜୀବନରେ ଢାଳି ଦିଅ ପ୍ରେମ ରଙ୍ଗ।।


ତୁମ ବିନା ମୋ ଜୀବନ ଆଜି

            ହେଲା ରଙ୍ଗ ହୀନ।

ପ୍ରେମ ର ସ୍ବାଦ କୁ ଚାଖି ଦେଖ 

         ପୁଣି ଥରେ ଫେରି ଆସ ଧନ ।।


ପବିତ୍ର ସମ୍ପର୍କରେ ଆମର

     ଲାଗିଲା କୋଉ ଡାହାଣୀ ନିଜର।

ସାତ ଜନମ କୁ କଥା ଦେଇ ଥଲ

          କରି ଦେଲ ସାତ ପର।।


ଝୁରୁଛି ଆଜି ମୁଁ କାଲି ବି ଝୁରି ବି

         ସାଜି ଅଭିଶପ୍ତ ଯକ୍ଷୀଣି ।

ପୁରୁଣା ସମ୍ପର୍କରେ ନୂଆ ରଙ୍ଗ ଦେବା

       ଲେଖିବା ନୂଆ ପ୍ରେମ କାହାଣୀ।।


ତୁମେ ଫେରିଲେ ମୋ ଜୀବନରେ

      ପୁଣି ଫେରିବ ମୋ ଫଗୁଣ।

ଅଜୁଡା ସମ୍ପର୍କ କୁ ସଜାଡ଼ି ଦିଅ

     ଭରି ପ୍ରେମ ରଙ୍ଗ ଛ ଗୁଣ।।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance