STORYMIRROR

Suchitra Thayal

Abstract Tragedy Classics

3  

Suchitra Thayal

Abstract Tragedy Classics

ଅଭୁଲା ଚିହ୍ନ

ଅଭୁଲା ଚିହ୍ନ

1 min
131

ମରୁଭୂମିର ଶୁଷ୍କ ଭୁଇଁରେ

କଣ୍ଟା ଗଛ ପରି ପଡିଥିଲା ମୋ ଜୀବନ

ସେହି କଣ୍ଟା ଗଛ ମୂଳେ ଜଳ ଦେଇ ତୁମେ

କିଣି ନେଲ ମୋର ମନ।


 ଆଜି ମୋ ପାଖରେ ତୁମେ ନାହିଁ

 ଅଛି ଖାଲି ତୁମର ସେ ସ୍ମୃତି

 ସେହି ସ୍ମୃତି ସବୁ ଜାଳି ମାରେ ମୋତେ

 ସବୁ ଦିନ ସବୁ ରାତି ।


ସବୁ ଦିନ ପାଇଁ ଚାଲିଗଲ ତୁମେ

ଦେଇଗଲ ଅଭୁଲା ଚିହ୍ନ

ସେହି ଅଭୁଲା ଚିହ୍ନର ଅକୁହା ଯନ୍ତ୍ରଣାରେ

ତୁମକୁ ଝୁରୁଛି ମୁଁ ରାତି ଦିନ।


 ଜାଣିନି କାହାର ଲାଗିଲା ନିଜର

 ଆମର ସ୍ଵର୍ଗୀୟ ପ୍ରେମରେ

ଏ ଜନମରେ ତୁମେ ନ ହେଲେ ନାହିଁ            

ଏତିକି ଜାଣିଛି ତୁମେ ଖାଲି ମୋର ସବୁ ଜନ୍ମରେ।


 ମୋ ମନରେ ମୋ ହୃଦୟରେ

 ଅଛି ତୁମର ଏକା ଅଧିକାର

ଭଲ ମୁଁ ପାଉଛି ଭଲ ପାଉଥିବି

ଚାଲୁଥିବା ଯାଏ ଶେଷ ନିଶ୍ୱାସ ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract