ନାରୀଟି ଦେଖି
ନାରୀଟି ଦେଖି
ନାରୀଟିଏ ଦିନେ ଦେଖି ଯୁବକକୁ
ହୃଦୟରେ ଘରକରି
ସ୍ବପ୍ନରେ ତାହାକୁ ବାହା ହେବା ପାଇଁ
ମନ ତା' ହୋଇଲା ଘାରି।
ସ୍ବାମୀ ଓ ପୁଅକୁ ତୁଚ୍ଛ ମଣିକରି
ପର ପୁରୁଷରେ ମନ
ଫୋନ ମାଧ୍ଯମରେ କଥା ହୋଇଗଲା
ଦିନରାତି ଘନଘନ।
କଥାର ଛଳରେ ବିବାହ ପ୍ରସ୍ତାବ
ବାଢି଼ଲା ଛୁଆର ମାଆ
ଧାଇଁ ଆସିବାକୁ କଥା ଦେଇଥିଲା
ଯୁବକ ବି କୁଆବୁଆ।
ସମୟର ସ୍ରୋତ ବଡ଼ ବଳବାନ
ବଡ଼ ଇଛା ଯା'ର ଥିଲା
ଧନ ଓ ସମ୍ପଦ ପାଉଥିବା ଯୋଗୁଁ
ବାହାହେବି କହୁଥିଲା।
ଛୁଆ ଆଉ ମାଆ ବିନା ପରିଶ୍ରମ
ପାଇବା ନିଶା ତାହାର
ମଉଳିଗଲା ତ ଲୁହ ଓ କୋହରେ
ଆଖିରୁ ଝରିଲା ଝର।
କେମିତି ତାହାକୁ ଦୂର ସେ କରିବ
ହୃଦୟେ ଚିନ୍ତା ଘାରିଲା
ବେଜାତି ନାରୀକୁ ଚାକିରିଆ ଯୋଗୁଁ
ମନେ ଆଶା ବାନ୍ଧିଥିଲା।
ନାହିଁ କହିବାରୁ ନାରୀର ଆଖିରେ
ନିଆଁ ତ ଜଳିଲା ସଦା
ସମୟ ସୁଅରେ ଭଲକି ପିଠିରେ
କେମିତି ଦେବ ସେ ବିଧା?
ଅର୍ଥ ତ ଦେଇଛି ପାଇବ କେମିତି
ପରୋକ୍ଷରେ କହିଦେଲା
ସ୍ବାମୀ ତା' ପଡି଼ଛି ଡାକ୍ତରଖାନାରେ
ଅର୍ଥ ଥିଲେ ଦିଅ ଭଲା।
ଯୁବକଟି ଆଜି ବେଜାତି ନାରୀକୁ
ଏଠୁସେଠୁ ଅର୍ଥ ଖୋଜି
ପଠେଇ ଦେଲା ସେ ମଙ୍ଗଳ ମନାସି
ହେଉପଛେ ନିଜେ ପାଜି।
ନାରୀର ମାୟାକୁ କିଏ ବା ବୁଝିବ
ପୁରୁଷ ତ ଗୁଆଘିଅ
ନିଆଁ ଦେଖିଲେ ହିଁ ତରଳି ଯାଉଛି
କେ' ରହି ପାରିବ କହ ?
