STORYMIRROR

Chittaranjan Nanda

Action Crime Others

3  

Chittaranjan Nanda

Action Crime Others

ଆବଶ୍ୟକ ରାଜନୈତିକ ଅଙ୍ଗୀକାରବଦ୍ଧତା

ଆବଶ୍ୟକ ରାଜନୈତିକ ଅଙ୍ଗୀକାରବଦ୍ଧତା

2 mins
127

ଅପରାଧି ଗ୍ୟାଙ୍ଗୱାର ସଂସ୍କୃତି

ପଞ୍ଜାବ ଏକ ସମୃଦ୍ଧ ଓ ଉନ୍ନତ ରାଜ୍ୟ 

ଆମର ଦେଶ ଭିତର

ଅଟେ ଅଗ୍ରଣୀ ରାଜ୍ୟ ସାହିତ୍ୟ, ସଙ୍ଗୀତ, 

ସଂସ୍କୃତି ଓ ଐତିହ୍ୟର ।


ଏହି ବୀରପ୍ରସବିନୀ ଓ ଚିରପଲ୍ଲବିନୀ 

ପଞ୍ଜାବ ରାଜ୍ୟର 

ଗାଥା ବହନ କରେ ଆମ ଇତିହାସ 

ଅନେକ ଗୌରବର ।


ଶୁଭଦୀପ ସିଂ ସିଧୁ ମୁଜୱାଲା ଗୁଳିରେ

ହତ୍ୟାକାଣ୍ଡ ମନେ ଆସୁଛି

ମେ 29 ତାରିଖେ ଗୁଳିରେ ହତ୍ୟା କଲେ 

ବଂଧୁକଧାରୀ କିଛି ।


ଘଟିଲା ଏହା ପଞ୍ଜାବର ମନସା ଜିଲ୍ଲାର 

ଜୱାହରକେ ଗାଁରେ

ମନକିର୍ତ୍ତ୍ ଉଲଖା, ହତ୍ୟା ଧମକ ମିଳିଛି, 

ଅଭିଯୋଗ କରେ ।


କି ହୋଇଛି ଦେଶ, ଲାଗିଛି ଅପରାଧର 

ସାମ୍ରାଜ୍ୟ ବୃଦ୍ଧି ପାଇବାରେ 

ବିଛିନ୍ନତାବାଦ, ଆତଙ୍କବାଦ, ଜାତିବିଭେଦ,

ରାଜନୈତିକ ଶତ୍ରୁତା ବୃଦ୍ଧି ପାଇଛିରେ ।


ଗଢି ଉଠିଛି ବେନିୟମ କୁଟୀରଶିଳ୍ପ ମିରଟ, 

ସାହରନପୁର, ମୁଙ୍ଗେର ଆଦି ଅଞ୍ଚଳରେ 

ତେଣୁ ହଜାର ହଜାର ବନ୍ଧୁକ ଶସ୍ତାରେ ମିଳେ 

ସେହି ସବୁ ଯାଗାରେ ।


ପହଞ୍ଚୁଛି ବହୁ ବନ୍ଧୁକ ନିର୍ମମ ଅପରାଧୀଙ୍କ 

ପାଖରେ ଖୁବ୍ କମ୍ ଦାମରେ

ଫଳରେ ମଣିଷ ଜୀବନ ଏଠି ଅତି ତ ଶସ୍ତା,

କଥା କହେ ବଂଧୁକ ଏ ଦେଶରେ ।


ଏହି ପଞ୍ଜାବ ରାଜ୍ୟରେ ଆମେ ପାଇଥିଲୁ 

ସହୀଦ ଭଗତ, ଉଦ୍ଦାମ ସିଂ ଙ୍କୁ

ଜନମ ଦେଇଛି ଏ ପଞ୍ଜାବ ମାଟି କେତେ 

କେତେ ବୀର ଦେଶପ୍ରେମୀ ମାନଙ୍କୁ ।


କି ହୋଇଛି ଆଜ, ବେକାର ଅଶିକ୍ଷିତ ଓ 

ଅର୍ଦ୍ଧଶିକ୍ଷିତ ଯୁବଗୋଷ୍ଠୀ ବଢୁଛନ୍ତି

ଯୁବଗୋଷ୍ଠୀ ଧରା ହୋଇ ଅତି ସହଜରେ  

ଅପରାଧୀଙ୍କ ଜାଲରେ ପଡୁଛନ୍ତି ।


ମତାନ୍ଧତା, ରାଜନୈତିକ ପୃଷ୍ଠପୋଷକତା 

ଓ ଶତ୍ରୁତା ଅପରାଧିକ କନ୍ଦଳର କାରଣ

ଗ୍ୟାଙ୍ଗୱାର୍ ଦେଶରେ କାୟା ବିସ୍ତାରିଛି, ଅବାଧ 

ବନ୍ଧୁକ ସଂସ୍କୃତି କରିଛି ଦେଶପ୍ରେମର ପତନ ।


ରାଜନୈତିକ ପୃଷ୍ଠପୋଷକତା ଓ ଆଇନ 

ବ୍ୟବସ୍ଥାର ପ୍ରଚ୍ଛନ୍ନ ବିନା ସହଯୋଗରେ

ହୋଇପାରେକି ପ୍ରତିଷ୍ଠା ଅପରାଧି ଗ୍ୟାଙ୍ଗୱାର

ର ସାମ୍ରାଜ୍ୟ କୌଣସି ଦେଶରେ ।


ମନୋରଞ୍ଜନ ଉଦ୍ୟୋଗ ଓ ଗଣମାଧ୍ୟମ 

ପ୍ରଭୃତିରେ ହିଂସାର ପ୍ରବେଶ ଓ ପ୍ରଦର୍ଶନ

ଦେଶରେ ହୋଇ ପାରିଛି ପଲ୍ଲବିତ, ଏହା 

ବଂଧୁକ ସଂସ୍କୃତିର ଅନ୍ୟ ଏକ କାରଣ  ।


ଗୀତ ଓ ଭିଡିଓମାନଙ୍କରେ ହିଂସା, ବଂଧୁକ, 

ନିଶା ଓ ମାଦକଦ୍ରବ୍ଯ ବ୍ୟବହାର ଦ୍ୱାରା 

ଏହି ଅପସଂସ୍କୃତିର ପ୍ରସାର ଘଟୁଛି ଯୁବ ମସ୍ତିସ୍କ 

ଉପରେ ଏକ ଦୀର୍ଘକାଳୀନ ପ୍ରଭାବ ଦ୍ୱାରା ।


ଏହା ରାଜନୈତିକ, ସାମାଜିକ ଓ ଅର୍ଥନୈତିକ 

ବ୍ୟବସ୍ଥାରେ ଥିବା ଦୁର୍ବଳତା ନୂହେଁ କି

ଆମ ସ୍ୱାର୍ଥଭିତ୍ତିକ ପରିବାର ବ୍ୟବସ୍ଥାର ଭୂମିକା 

ଉପରେ ପ୍ରଶ୍ନ ଚିହ୍ନ ଲଗାଉ ନାହିଁକି ।


ଆଜି ବାଞ୍ଛନୀୟ ତ୍ୱରିତ ଗତିରେ ହେବା ଶିକ୍ଷା ଓ 

ବେକାରୀ ସମସ୍ୟାର ସମାଧାନ

ଅପରାଧପ୍ରବଣତାକୁ ଦୂରେଇବାରେ ସରକାରଙ୍କ 

ସମ୍ମୁଖରେ ଏହା ଏକ ଆହ୍ୱାନ ।


ପର୍ଯ୍ୟବେକ୍ଷଣ ଓ ନିୟନ୍ତ୍ରଣ କରାଯିବା ଆବଶ୍ୟକ 

ନିୟମାନୁମୋଦିତ ଲାଇସେନ୍ସ ଗୁଡିକରେ

ଏହାକୁ ରୋକିବା ନିମନ୍ତେ ରାଜନୈତିକ ଅଙ୍ଗୀକାର

ବଦ୍ଧତା ଆବଶ୍ୟକ ଆଜି ଦିନରେ ।


କର୍ତ୍ତବ୍ୟ ପାଳନ କରିବା ଉଚିତ ଶାନ୍ତିଶୃଙ୍ଖଳା ରକ୍ଷାର 

ଦାୟିତ୍ୱରେ ଥିବା ପୁଲିସ ଭଉଣୀ ଭାଇ

ନିଜର ଲକ୍ଷ୍ୟପଥରେ ଅଗ୍ରସର ହେବା ଦରକାର

ରାଜନୈତିକ ଚାପରୁ ମୁକ୍ତ ହୋଇ ।


Rate this content
Log in

Similar oriya poem from Action