Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

କେବେ ଭୁଲ ବୁଝିବନି

କେବେ ଭୁଲ ବୁଝିବନି

1 min
551



ଦେଇଥିଲି କଥା   ପ୍ରିୟା ଗୋ ତୁମକୁ

    କଥା ମୋ ରଖି ପାରୁନି

ରଜ ସାବିତ୍ରୀକୁ    ତୁମ ଖୁସି ପାଇଁ

     ଏଥର ଯାଇ ପାରୁନି ।


ରଖିଥିଲି କିଣି    ତୁମ ପାଇଁ ଶାଢ଼ୀ

    ନାଲି ନାଲି ଶଙ୍ଖା ଚୂଡି

ପିଲାଙ୍କ ମାପର   ନୂତନ ପୋଷାକ

    ନୂଆ ଖାତା ବହି ଘଡି ।


ସୁଆଦିଆ ଖଜା   ଲଡୁ ଓ ମିଠେଇ

     କରିଥିଲି ବି ବରାଦ

ପଣ୍ଡ ହୋଇଗଲା    ସମସ୍ତ ପ୍ରସ୍ତୁତି

    ଛୁଟି ହୋଇଗଲା ରଦ୍ଦ ।


ଡାକରା ପାଇ   ମୁଁ ଯାଉଛି ତୁରନ୍ତ

     ସୀମାନ୍ତ ଅରୁଣାଚଳ

ଯେଉଁଠି ଚାଇନା   ଆସୁଅଛି ମାଡି

   ଧରି ଖଳ ସୈନ୍ୟ ବଳ ।


ଆମ ଭାରତର   ପୂରୁବ ପ୍ରଦେଶ

    ହୁଏ ଯହିଁ ସୂର୍ଯ୍ୟୋଦୟ

ଉତ୍ତରେ ତାହାର   ତୀବ୍ବତ ଅଞ୍ଚଳ

    ସୀମା ଅଟେ ବିବାଦୀୟ ।


ଦୁର୍ଗମ ଅତ୍ୟୁଚ୍ଚ   ପର୍ବତ ଶିଖର

     ସର୍ବଦା ବରଫାଚ୍ଛନ୍ନ

କରିବୁ ଶତ୍ରୁର   ବଧ ପ୍ରତିରୋଧ

     ସଜଗତା ଅନୁକ୍ଷଣ ।


ଦେଶର ସୁରକ୍ଷା  ସୈନ୍ୟ ପରାକାଷ୍ଠା

     ବଡ଼ କର୍ତ୍ତବ୍ୟ ଆହ୍ୱାନ

ଜାତି ହିତ ଆଗେ   ତୁଚ୍ଛ ବ୍ୟକ୍ତି ସ୍ୱାର୍ଥ

    ସୈନ୍ୟ ଦିଏ ବଳୀଦାନ ।


ଏ ଦେଶ ସୈନିକ    କୃଷକ ଶ୍ରମିକ

     ଗାଏ ଜନ ଗଣ ମନ

ମୋ ଦେଶ ମହାନ  ବି6ଶ୍ୱ ଅଦ୍ୱିତୀୟ

     ଉତ୍କର୍ଷ ବେଦ ବିଜ୍ଞାନ ।


ହୃଦୟ ତୁମର     ସବୁଜ ସୁନ୍ଦର

     ଭଣ୍ଡାର ପ୍ରେମ ମମତା

ଅତୁଟ ରହୁ ଗୋ   ପ୍ରିୟା ଅନୁପମା

    ଏହି ମୋ କାମନା ଇଚ୍ଛା ।


ଯାଇ ପାରୁନାହିଁ   ପ୍ରିୟା ତୁମ ପାଶେ

     ଦୁଃଖ ଜମା କରିବନି

ରଖି ପାରୁନାହିଁ    କଥାଟି ତୁମର

     ଭୁଲ କେବେ ବୁଝିବନି ।

          


Rate this content
Log in

Similar oriya poem from Action