Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR PRASANTA KUMAR BISWAL

Action Classics Inspirational

4.4  

DR PRASANTA KUMAR BISWAL

Action Classics Inspirational

ମାତୃଭାଷା

ମାତୃଭାଷା

1 min
238


ଇଂରାଜୀ ଭାଷାଟି କି ମନ୍ତ୍ର କରିଛି 

କୁହ ହେ ମଣିଷ ବାରେ

ମାତୃଭାଷା ତୋର କେତେ ଆପଣାର

ଚିନ୍ତି କି ପାରୁନୁ ଥରେ ।


ମାତୃଭାଷା ତତେ ପରିଚୟ ଦେଲା

ପ୍ରକାଶି ତୋହରି ଗୁଣ,

ରାଜ୍ଯ ମିଳିଥିଲା ବିଦେଶୀ ହାତରୁ

 ହେଜ ଭାଷା ଅବଦାନ।


ମାତୃଭାଷା ବଳେ ରାଇଜ ହୋଇଲା

ଦେବଭୂମି ପରିଚିତା,

ଭାଷା ମହାନତା ସକଳେ ଜାଣିଲେ

ପାଏ ଶାସ୍ତ୍ରୀୟ ମାନ୍ଯତା ।


ଭାଷା ହିଁ ଜୀବନ ନିର୍ବେଦେ ସ୍ପନ୍ଦନ 

ବିକାଶେ ଅଟେ କାରଣ,

ଭାଷାର ଉତ୍କର୍ଷେ ସାଧୁସଙ୍ଗ ଭାଷେ

ସଂସାର କରେ ବନ୍ଦନ ।


ମାଆର ଭାଷା ଯେ ଅମୃତ ସମାନ

ଜୀବନ ସମୃଦ୍ଧ ହୁଏ,

ଭାଷା ସହଯୋଗେ ଭାବର ଆବେଗେ

ବଶିଭୂତ ସବୁ ହୁଏ।


ବଡ ହୀନିମାନ ଦୁର୍ଲ୍ଲଭ ଜୀବନ

ଯା" ଭାଷା ଅଟେ ଦୁର୍ବଳ ,

ନିଜ ଭାଷାଛାଡି ଅନ୍ଯ ଭାଷା ଭିଡି

କୃତଘ୍ନ ପରା ସକଳ।


ମାଆ ହତାଦର ଅନ୍ଯକୁ ଆଦର

କିପରି କରୁଛୁ ତୁହି,

ଏପରି ହୋଇଲେ ବିଲୟ ନିଶ୍ଚିତ 

କେବେ ନ ସହିବ ମହୀ।


ତୋ ପୂର୍ବ ପୁରୁଷ ମାତୃଭାଷା ଧରି

ଜଗତେ ହେଲେ ବିଦିତ,

ତାଙ୍କରି ଔରଷୁ ଜନମ ହୋଇଣ

ଭାଷା କରୁ ଅପଖ୍ଯାତ ।


ଅନ୍ଯଭାଷା ସହ କରିଲେ ତୁଳନା

ଜାଣିବ ଆମର ସ୍ଥାନ,

ନିଜ ଭାଷାନେଇ କେତେ ବିକଶିତ

ଆମେ କେଡେ ଦୀନହୀନ।


ଆମ ଭାଷା ପ୍ରତି ବିଦେଶୀ କେବେ ତ

ବଳାଏ ନାହିଁ ସେ ମନ,

ଜାପାନ ଜର୍ମାନ ଇଜ୍ରାଇଲ ରୁଷ

ସ୍ବଭାଷେ ବିଶ୍ବେ ମହାନ।


ନିଜଭାଷା ପ୍ରତି ରଖେ ହୀନଭାବ

ଦେଶଦ୍ରୋହୀ ଅଟେ ସେହି,

ଅନ୍ଯଭାଷା ପ୍ରୀତି ଜାତିର ବିପତ୍ତି

ମନେ ରଖିଥାଅ ଭାଇ ।


ପଢିବା ଇଂରାଜୀ ମନା ଜମା ନାହିଁ

ସଂସ୍କାର ନଭୁଲି ଆମେ,

ଭାଷାର ଉନ୍ନତି ସଂସ୍କୃତି ସଂହତି

ଧ୍ଯାନ ଦେବା ପ୍ରତିଯାମେ।


ମାତୃଭାଷା ଯେବେ ଉନ୍ନତି ହୋଇବ

ପ୍ରଗତି ଦେଶର ଜାଣ,

ସହଜ ସୁନ୍ଦର ମାତୃଭାଷା ଆମ

ରଖିବା ତାହାରି ମାନ ।


ଓଡିଆ କହିବା ଓଡିଆ ଲେଖିବା

ବଢିବ ମାନ ଭାଷାର,

ଶୁଭପଥେ ଯେବେ ଗମନ କରିଲେ

ମିଳେ କୃପା ବିଭୁଙ୍କର।


Rate this content
Log in

Similar oriya poem from Action