Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Mohanty

Abstract Action Classics

4  

Bhagirathi Mohanty

Abstract Action Classics

ନିଗମ ସଂସାର ପଥ

ନିଗମ ସଂସାର ପଥ

1 min
477


ଧର୍ମରେ ଥାଅ କି ପାପରେ ଥାଅ

   ଦେଖୁ ଅଛି ସେ ଉପରେ,

ଯେତେ ଲୁଚାଅ ଉହାଡରେ ତାଙ୍କ

    ଧରା ପଡିବ ଅଚିରେ ।

ବହୁରୂପୀ ବହୁ ମଞ୍ଚେ ଅଭିନୟ

    ବୁଝିବକି କେ ସତରେ,

କଚାଡି ପଡ଼ିବ ପ୍ରଚଣ୍ଡ ବେଗରେ

    ନବ ଖଣ୍ଡ ହେବ ମହୀରେ ।

କପଟ କରିଣ ଧନ ଲୁଟୁ ଅଛ

   ଭିକାରି ଵନେଇ ହଜାରେ,

ଆହା ଚୁଚୁ ଚୁଚୁ ଓଠରେ ତୁମର

   ଜବାବ୍ କି ଅଛି ବେଶରେ ।

ହାତ ଖାଲି ଥାଏ ଆସିବା ବେଳରେ

    ଯିବା ବେଳେ ହାତ ଖାଲି,

ପାଶୋରି ଯାଅ ହେ କ୍ଷଣକରେ ତୁମେ

     କେତେ ଭଣ୍ଡ କେତେ ଜାଲି ।

ଅଢେ଼ଇ ଦିନର ଜୀବନ ତୁମର

    ଅଢେ଼ଇ ଘଡ଼ି ସପନ,

ତୁଚ୍ଛ ଧନ ପାଇଁ କର ହେ ଵଡେଇ

    ବୃଥା ମାନ ଅଭିମାନ ।

ଭୁଲି ଯାଅ ତୁମେ କୁହ ସେ ନିଜର

    କଁଳେଇ ପଦେ କହେ,

ଧନର ଭଣ୍ଡାର ଶୂନ୍ୟ ହେଲା ପରେ

     କୌଶଳରେ ଖସି ଯାଏ ।

ଚାହିଁ ରହିଥାଏ ଭାରିଯା ତୁମର

    କେବେ ଯିବ କୋକେଇରେ,

ଟାକି ବସିଥାଏ ପ୍ରେମିକ ତା'ର

      ନେଇ ଯିବ ତା' ସାଥିରେ ।

ସତ୍ବର ଉଠାଅ ମାୟାର ପରଦା

    ଆଖି ଫେଇ ଦେଖ ଥରେ, 

କି ଭାବରେ ବନ୍ଦୀ ମୋହ ଡୋରରେ

    ମାୟା ତିଆରି କାରାରେ ।

ନିଗମ ସଂସାର ପଥ ସେ ଖସଡ଼ା 

    ଝୁଣ୍ଟି ଯେବେ ପଡ଼ିଯିବ,

ନାରାୟଣ ନାମ ମୁଖେ ଥିବ ତୁମେ

     ଏ ଜଗତୁ ତରିଯିବ ।


Rate this content
Log in

Similar oriya poem from Abstract