Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Inspirational Children

4  

ବି. ନିରୁପମା

Action Inspirational Children

ଅ ଠାରୁ କ୍ଷ ହେବା ଭେଟ

ଅ ଠାରୁ କ୍ଷ ହେବା ଭେଟ

1 min
545


ଅ ଖେଳୁଥିଲା ଲୁଚକାଳି,

ଆ ଖୋଜି ମାରୁଥିଲା ତାଳି ।

ହ୍ରସ ଇ ଦେଲା ଆଖି ଠାରି,

ଦୀର୍ଘ ଈ ଥିଲା ସିଟି ମାରି ।

ହ୍ରସ ଉ କଙ୍କି ଧରୁଥିଲା,

ଦୀର୍ଘ ଊ ତାକୁ ମନାକଲା ।

ଋ ନାଚୁଥିଲା ଥେଇ ଥେଇ,

ଏ କହୁଥିଲା ଚିଲ ହେଇ ।

ଐ ତୋଳୁଥିଲା ଧଳା ଫୁଲ,

ଓ କହୁଥିଲା ଭାରି ଭଲ ।

ଔ ଯାଉଥିଲା କଙ୍କି ଧରି,

କ ଦେଲା ତାକୁ ମନା କରି ।

ଖ ଦେଖି ଭାରି ଖୁସି ହେଲା,

ଗ ତାକୁ ଗୋଟେ କୋଳି ଦେଲା ।

ଘ ଧରିଥିଲା ଫିରିଫିରି,

ଙ ଚାଲୁଥିଲା ଥିରିଥିରି ।

ଚ ଚୁପିଚୁପି ହସୁଥିଲା,

ଛ ଖୁଁ ଖୁଁ କାଶୁଥିଲା ।

ଜ ଜାଣିଶୁଣି ବସିଥିଲା,

ଝ ତା'ର ଗୀତ ଘୋଷୁଥିଲା ।

ଞ ଯାଇଥିଲା ମାମୁଁଘର,

ଦୀର୍ଘ ୠ କୁ ସେଠି ଭାରି ଜର ।

ଟ ଖେଳୁଥିଲା ପୁଚି ଖେଳ,

ଠ ଧରିଥିଲା ଜାମୁ ଡାଳ ।

ଡ ଡେଉଁଥିଲା ଲମ୍ବ ଡିଆଁ,

ଢ କହିଲା, ବସିଥିବି କିଆଁ !

ଣ ଆସିକି ତାକୁ ଡାକି ନେଲା,

ତ ହସିକି କିଛି କୋଳି ଦେଲା ।

ଥ ପାଶେ ତା'ର ଭାଇ ଥିଲା,

ଦ ଯାଇ ତାକୁ ଗେଲ କଲା ।

ଧ ଧାଇଁଗଲା ଗୁଡ଼ି ଦେଖି,

ନ ନଟେଇକୁ ଦେଲା ରଖି ।

ପ ଖେଳୁ ଖେଳୁ ପଡ଼ିଗଲା,

ଫ ଆସି ତଳୁ ଉଠାଇଲା ।

ଵ ଦେଲା ଦେହୁ ଧୂଳି ଝାଡ଼ି,

ଭ କଲା ଭେଏଁ ଭେଏଁ ରଡ଼ି ।

ମ ଡାକୁଥିଲା ମାଆ ମାଆ,

ଯ ଖେଳୁଥିଲା ତହିଁ ନୂଆ ।

ର କରି ଦେଲା ପେଏଁ କାଳି

ଳ କହିଲା, ତୁ ମୋ ଭାଇ ଭଳି ।

ଲ ବୋଲିଲା ଗୋଟେ ଶିଶୁ ଗୀତ,

ୟ କହିଲା, ଆମେ ହେବା ମିତ ।

ୱ ତାଙ୍କ ସଙ୍ଗେ ଯୋଗ ଦେଲା,

ତାଲବ୍ୟ ଶ ଯାଇ ମିଶିଗଲା ।

ମୁର୍ଦ୍ଧନ୍ୟ ଷ ଗଲା ଖୁସି ହୋଇ,

ଦନ୍ତ୍ୟ ସ ଆସିଲା ଗୀତ ଗାଇ ।

ହ ଯେବେ ହସି ଠାରି ଦେଲା,

କ୍ଷ ଟି ଅ କୁ ଖୋଜି ଦେଲା ।


Rate this content
Log in

Similar oriya poem from Action