ଅସ୍ତରାଗ
ଅସ୍ତରାଗ
କ୍ଲାନ୍ତ ଅସ୍ତରାଗ ଜୀବନ ସାୟାହ୍ନ
ବାର୍ଦ୍ଧକ୍ୟ ତ ଉପନୀତ
ଅନ୍ଧାର ଭିତରେ ଖୋଜୁଛି ନିଜକୁ
ଖୋଜିବାର ନାହିଁ ଅନ୍ତ ।
ଜନମୁ ଖୋଜିଲି ମାତାପିତା ସାଥି
ସଖା ବନ୍ଧୁ ସହୋଦର
ଶିକ୍ଷା ଦୀକ୍ଷା ଜ୍ଞାନ ଚିହ୍ନି ଭଲମନ୍ଦ
ଆଚରିଲି ବ୍ୟବହାର ।
ସେବା କୁଳବୃତ୍ତି କରମ ସାଧନେ
ଅର୍ଜିଲି ସମ୍ପତ୍ତି ବାଡି
କିଣି ଜମିବାଡି କଲି ଘରଦ୍ୱାର
ସୁନାରୂପା ହୀରା ଗାଡି ।
ବୁଦ୍ଧି ଓ ବିବେକ କରି ସୁସ°ଯତ
ଏକନିଷ୍ଠ ସୁକର୍ତ୍ତବ୍ୟେ
ଚଳିଲି ସ°ସାରେ ସଜଗ ସଚେତେ
ପାପପୁଣ୍ୟ ଖଣ୍ଡାଧାରେ ।
ଛାଇ ଆଲୁଅର ଲୁଚକାଳି ଖେଳ
ଜୀବନ ଅଢ଼େଇ ଦିନ
ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ
ଚକ୍ରବତ ଆବର୍ତ୍ତନ ।
ଧନ ଓ ସମ୍ପତ୍ତି ପ୍ରିୟାପ୍ରେମ ପ୍ରୀତି
ନୁହେଁ ସୁଖ ଶାନ୍ତି ମୂଳ
ବିଷୟ ଜଞ୍ଜାଳେ ଘାରିହୁଏ ମନ
ବୃଦ୍ଧି କରେ ଅହଙ୍କାର ।
ସହଜାତ ଅଟେ ଜୀବନ ପ୍ରବୃତ୍ତି
ଜୀବନ ସତ୍ୟ ସୁନ୍ଦର
ଜୀବନର ହୁଏ ନିଶ୍ଚିତ ବିଜୟ
ନାଶ ହୁଏ ଅନ୍ଧକାର ।
ଅମୃତ ଜୀବନ ଜନ୍ମେ ବାରବାର
ଖୋଜଇ ମୁକ୍ତି ପ୍ରଶାନ୍ତି
ସ°ଶୋଧନ କରେ ତ୍ରୁଟି ଓ ବିଚ୍ୟୁତି
କର୍ମ ସୃଜନରେ ମାତି ।
ଅନ୍ତ:କରଣରେ ସୁଅନୁଚିନ୍ତନ
ଭାବବୋଧ ପରିଚ୍ଛନ୍ନ
ଉଜ୍ଜ୍ୱଳେ ଜୀବନ କଳଙ୍କ ବିହୀନ
ଯେସନ ପୂର୍ଣ୍ଣମୀ ଜହ୍ନ ।