STORYMIRROR

Sabita Nayak

Action

4  

Sabita Nayak

Action

କାଗଜ

କାଗଜ

1 min
467


ମନର କଥାକୁ ଆଙ୍କିବାକୁ ସଖୀ

ଇଛାହେଲା ଭାରି ଦିନେ

କେମିତି ଆଙ୍କିବି କୋଉଠି ଆଙ୍କିବି

କାଗଜ ପଡିଲା ମନେ।


ହୃଦୟ ଭାଷାକୁ କହିବାକୁ ଥରେ

ଭାବିଲି ଅନେକ ଥର

କାହାକୁ କହିବି ଭାବୁ ଭାବୁ ମୁଁଯେ

ମୋ ମନ କହେ କାଗଜ।


ଆମ କାହାଣୀକୁ ଲେଖିବି ଭାବିଲି 

କାଗଜ ହେଲା ମାଧ୍ୟମ

ହୃଦୟର କଥା ମରମର ବ୍ୟଥା

କଲମ ଗାରେ ପ୍ରକାଶ।


କହିବି କହିବି ବୋଲି କିଛି କଥା

ପାରିଲିନି ଜମା କହି

କାଗଜ ଧରିଲି ଲେଖିଦେବି ବୋଲି

ମୋ ମନର କଥା ସଖୀ।


ପ୍ରିୟ ସାଥିଟିଏ କେତେ ମୁଁ ଚାହିଁଲି

ପାଇଛି ଅନେକ ଖୋଜି

ଯେତେ କହୁଥିଲେ ଦୁଃଖସୁଖ ସବୁ

ଶୁଣୁଥାଏ ଚୁପି ଚୁପି।


ମୋ ରାଗ ମୋ ରୁଷା ଭଲପାଇବା

ଆଉ ଯେତେ ଅଭିମାନ

ସବୁ ଲେଖିଯାଏ କାଗଜ ଦେହରେ

ଆପଣାର ସାଥିଟିଏ ମୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action