STORYMIRROR

Ajit Kumar Raut

Abstract Action

4  

Ajit Kumar Raut

Abstract Action

👁️👁️କର୍ମପଥେ ଚାଲ ନିତ୍ୟେ👁️👁️

👁️👁️କର୍ମପଥେ ଚାଲ ନିତ୍ୟେ👁️👁️

1 min
565

ଭାଗ୍ୟଫଳ ଚିନ୍ତା ନକରି ହୃଦୟେ

  କର୍ମ ପାଇଁ କର ଚିନ୍ତା

କର୍ମପଥେ ଚାଲ ଜୀବନ ଯାତ୍ରାରେ

  ଜଗନ୍ନାଥେ କର ଚିନ୍ତା।


ଶିଖ ଅନ୍ୟ ଠାରୁ ସତ୍ୟ କର୍ମ ପଥ

  ଜ୍ଞାନକୁ କର ଗ୍ରହଣ

ଅସତ୍ୟ ମାର୍ଗକୁ ତିଳାଞ୍ଜଳି ଦେଇ

  ସତ୍ୟକୁ କର ଗ୍ରହଣ।


ନିସ୍ବାର୍ଥ ଭକ୍ତିରେ କର ଜନ ସେବା

  କର୍ମବଳେ ପାଳ ଗୃହ

ସତ୍ୟପଥେ ରହି ଗୃହର ପୋଷଣ

  ଅତିଥି ସେବାରେ ରୁହ।


ଗୁରୁଜନ ପ୍ରଡି ଭକ୍ତି ରଖ ନିତି

  ପିତୃମାତୃ ସେବ କର

ସମଭାବ ମନ୍ତ୍ର ରଖହେ ଗୃହରେ

 ହିଂସା ଭାବ ଦୂର କର।


ସଞ୍ଜ ଓ ସକାଳେ କର ପ୍ରଭୁ ଭକ୍ତି

 ଧର୍ମକର୍ମେ ଦିଅ ମନ

ସେହୁ କର୍ମ ଦେବ ଜଗତକୁ ଶିକ୍ଷା

 ଗୁଞ୍ଜିବ ଜଗତେ ନାମ।


ମନୁଷ୍ୟ ଜୀବନ କର୍ମର ନିମନ୍ତେ

  ଜନ୍ମ ଦେଇ ଛନ୍ତି ପ୍ରଭୁ

ରାଷ୍ଟ୍ର ହୀତେ ରହୁ ସମର୍ପଣ ଭାବ

  କହିଛନ୍ତି ମହାପ୍ରଭୁ।

  

ଭଲ କର୍ମ କଲେ ସୁନାମ ଅର୍ଜିବୁ

  ଗାଉ ଥିବେ ତର ନାମ

ମୃତ୍ୟୁ ପରେ ତାହ ଇତିହାସ ହେବ

  ସ୍ମରଣ କରିବେ ନାମ।


ସେହୁ ରାଷ୍ଟ୍ର ଭକ୍ତ କହିବେ ରାଷ୍ଟ୍ରରେ

  ହେବ ପ୍ରେରଣାର ସ୍ରୋତ

ସ୍ମରଣ କରିବେ ଜନ ସମୁଦାୟ

  କରିବେ ରାଷ୍ଟ୍ରର ହୀତ।


ଦେଖ ଭକ୍ତଗଣ ବିପିନ ରାବତ

  ତିନି ସେନ ମଧ୍ୟେ ଶ୍ରେଷ୍ଠ

ରାଷ୍ଟ୍ର ହୀତେ କଲେ ଆତ୍ମନିର୍ଭରଟି

  ସୁରକ୍ଷିତ କଲେ ଶ୍ରେଷ୍ଠ।


ହେଲିକପ୍ଟର ର ଦୁର୍ଘଟଣାରେ ସେ

  କରିଲେ ମୃତ୍ୟୁବରଣ 

ଶୋକାକୁଳ ହେଲେ ସମ୍ପୂର୍ଣ୍ଣ ଭାରତ

  ଥିଲେ ସେ ଅସାଧାରଣ।


ଅସାଧାରଣ ସେ ସୈନିକ ରୂପରେ

  ଗୌରବ ଦେଲେ ଦେଶକୁ

ଚନ୍ଦ୍ର ସୁର୍ଯ୍ୟ ତାର ଥିବ ଯେତେ ଦିନ

  ସ୍ମରଣ କରିବେ ତାଙ୍କୁ।


ଭାଗ୍ୟଫଳେ ଧ୍ୟାନ ନଦେଇଣ ଯୁବା

  ରାଷ୍ଟ୍ର କାର୍ଯ୍ୟେ ଦିଅ ମନ

ସତ୍ୟପଥେ ରହି ସେବା ପଥେ ରୁହ

  ଦେଶ ହୀତେ କର କାମ।


Rate this content
Log in

Similar oriya poem from Abstract