Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Action

3.9  

Jagannath Barik

Action

ଆଉ କେତେ ଦିନ

ଆଉ କେତେ ଦିନ

1 min
499


ଆଉ କେତେ ଦିନ ଚାଲିବିରେ ଧନ

   ପାଦ ପଡ଼ିଲାଣି ଥକି

ବୋହି ବୋହି ବୋଝ ପିଠି ହେଲା କୁଜ

   ଅଣ୍ଟା ପାରୁନି ସଳଖି |


ଯେଉଁ ଗାଣ୍ଡିବଟି ହାତେ ଧରୁଥିଲି

   ଆଜି ମୁଣ୍ଡେଇଛି ମାଥେ

ହାତ ଧରି ଯିଏ ଚାଲି ଶିଖୁଥିଲେ

    ଛାଡ଼ିଗଲେ ଦେଇ ନାତେ |


ଆଣ୍ଠୁ ଗଣ୍ଠିବାତ ଅଣଚାଶ ବାତ

    ବହିଲାଣି ଅବିରତ

ଜୀବନ ପ୍ରଦୀପ ହେବ ନିର୍ବାପିତ

   ଭେଟିବି ଚରମ ସତ୍ୟ |


ଯାହା ଅରଜିଲି ସବୁ ବରଜିଲି 

   ଆତ୍ମୀୟଙ୍କ ଉପକାରେ  

ଗଧ ପରି ଖଟି ପେଟୁ କାଟିକୁଟି

   ବ୍ୟସ୍ତ ପର ଉପଚାରେ |


ମୁଣ୍ଡକୁ ଯେମନ୍ତ ପାଇଗଲା ହସ୍ତ

   କଲେ ଧିରେ ହତାଦର

ଯିଏ ଥିଲା ଇଷ୍ଟ ଆଜି ସେ ଅନିଷ୍ଟ

  ଶରବ୍ୟ ରୁଷ୍ଟ କ୍ରୋଧର |


ଗୋଟିଏ କୂପରୁ ଦଶ ଗୋଟି କୂପ

   ପାଉଥିଲେ ଜଳରାଶି

ଦଶ ଏବେ ପୂର୍ଣ୍ଣ ମୂଳ କୂପ ଶୂନ୍ୟ

  ଅମାଗ୍ରାସେ ପୌର୍ଣ୍ଣମାସୀ |


ଏଇତ ସଂସାର ମାୟା ଖେଳଘର

  ଇନ୍ଦ୍ରଜାଲ ପରକାର

ଏକମାତ୍ର ସତ୍ୟ ପ୍ରଭୁ ଜଗନ୍ନାଥ

  ଆଶ୍ରାକର ହେବ ପାର |



Rate this content
Log in

Similar oriya poem from Action