ଅତିଥି
ଅତିଥି
କେତେବେଳେ କିଏ ଆସେ କେଉଁ ବେଶେ କିଏବା ଜାଣଇ ?
କିନ୍ତୁ ଭଲଲାଗେ ସଦାବେଳେ ଆତିଥ୍ୟର ସୁନ୍ଦର ପରିଚୟ ଦେଇ |
ବିଚିତ୍ର ଏହି ସଂସାର ଗଢ଼ିଛି ବିଧାତା, ଅତି ସୁନ୍ଦର
ଭିନ୍ନ ଭିନ୍ନ ଭାବେ କରାଏ ପରିଚୟ ସିଏ ଅତିଥିଙ୍କର |
ସଂସାର ଭିତରେ ସଭିଏଁ ଗଢନ୍ତି ନିଜର ଏକ ପରିବାର ,
ସୁଖ ଦୁଃଖ ବାଣ୍ଟି ସବୁ ଆଗାନ୍ତି ଲକ୍ଷରେ ଜୀବନର |
ଯେବେ ପରିବାର ମଧ୍ୟେ ଜନ୍ମ ହୁଏ ତାଙ୍କର କେହି ,
ଆନନ୍ଦେ ଉଲ୍ଲସିତ ହୋଇ ସ୍ୱାଗତ କରନ୍ତି ଅତିଥି କହି |
ନବାନ୍ତୁକ ଯେବେ ଆସେ ତାଙ୍କ ସେହି ପରିବାର ମଧ୍ୟରେ ,
ଅତିଥିର ପରି ସଭିଏଁ ଆଦର ସତ୍କାର କରନ୍ତି ଅନ୍ତରରେ |
ସେହି ନବାନ୍ତୁକ ଅତିଥି ପୁଣି ହୋଇଯାଏ ପରବାରର ଅଂଶ,
ନେଇଥାଏ ସିଏ ତେବେ ଏକ ଦାଇତ୍ୱ ବଢାଇବ ବଂଶ |
ସେହି ପରିବାର ପୁଣି ବାନ୍ଧି ହୋଇଥାଏ ସମ୍ପର୍କୀୟଙ୍କ ସାଙ୍ଗରେ ,
କେବେ କେବେ ଆସନ୍ତି ସେମାନେ ଭେଟିବାକୁ ଅତିଥି ଭାବରେ |
ନିଜର ସମ୍ମାନ ଆଉ ସମ୍ପର୍କର ମାନ ରଖିବା ପାଇଁ ,
ସେହି ଅତିଥିଙ୍କର ସତ୍କାର କରନ୍ତି ମନ ପ୍ରାଣ ଦେଇ |
କେବେ କେବେ ଅପରିଚିତ କେହି ଆସନ୍ତି ଅତିଥି ଭାବରେ,
ତଥାପି ତାଙ୍କ ପାଇଁ କିଛି ଉଣା ନହୁଏ ସତ୍କାରରେ |
ଆମ ସଂସ୍କାର, ଆମ ସଂସ୍କୃତି ଅଟେ ସବୁଠାରୁ ଉତ୍ତମ ,
ଅତିଥିଙ୍କ ଆମେ ସତ୍କାର କରୁ ଆମ ଭଗବାନ ସମ |
ଆମ ସଂସ୍କାର କହୁଛି ଈଶ୍ବର ଆସନ୍ତି ଅତିଥି ରୂପରେ ,
ତାଙ୍କ ସନ୍ତୁଷ୍ଟିରେ କିଛି ପୁଣ୍ୟ ଲାଭ ହୁଏ ଜୀବନରେ |
ଆମର ଏହି ଅତିଥିଙ୍କର ସବୁ ସ୍ୱାଗତ ଆଉ ସତ୍କାର ,
ବିଶ୍ବରେ ପରିଚିତ କରାଏ ଆମର ଏହି ସୁନ୍ଦର ସଂସ୍କାରର |
ବିଦେଶୀ ଯେବେ କେବେ ଆସନ୍ତି ଆମ ଏହି ଦେଶରେ ,
ଭାଷା ନବୁଝିଲେ ବି ସମ୍ମାନ ଦେଉ ଅତିଥି ଭାବରେ |
ବେଳେ ବେଳେ କିଛି ଅତିଥିଙ୍କ ଠାରୁ ଶିକ୍ଷା ମିଳଇ,
ଯାହା ରହିଯାଏ ଆମ ପାଶେ ଅମୁଲ୍ୟ ସମ୍ପଦ ହୋଇ |
ଅତିଥି ସେବା ଅଟେ ମାନବ ଜାତିର ପରମ ଧର୍ମ ,
ଦୁନିଆଟା ବଡ଼ ସୁନ୍ଦର ହୋଇଯିବ ବୁଝିଲେ ଏହାର ମର୍ମ |
