STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ବୋଲେ ହୁଁ ଟି

ବୋଲେ ହୁଁ ଟି

1 min
156


ଜୀବନ ନଉକା ଚାଲୁଛି ବୋଲେ ହୁଁ ଟି

ମଝି ଦରିଆରେ ପଡିଛି ବୋଲେ ହୁଁ ଟି।


ନାଆ ମଙ୍ଗ ଯିଏ ଧରିଛି ବୋଲେ ହୁଁ ଟି

ବିଶ୍ଵ ନୀୟତାଙ୍କ ଏଖେଳ ବୋଲେ ହୁଁ ଟି।


କାହାକୁ ରଖିବେ ଅନନ୍ତ ବୋଲେ ହୁଁ ଟି

କାହାକୁ ମାରିବେ ଜାଣନ୍ତି ବୋଲେ ହୁଁ ଟି।


ସେହି ଏକା ସାହା ଭରଷା ବୋଲେ ହୁଁ ଟି

ନାହିଁ ତାଙ୍କ ପରି ଜଗତେ ବୋଲେ ହୁଁ ଟି।


ଯଦି ଜପୁ ଥିବୁ ଅନ୍ତରେ ବୋଲେ ହୁଁ ଟି

ସୁଖ ଦୁଃଖ ସଦା ସାଥି ସେ ବୋଲେ ହୁଁ ଟି।


ପ୍ରତ୍ୟହ ତୁମକୁ ଖୋଜିବେ ବୋଲେ ହୁଁ ଟି

ଭକ୍ତ ଭଗବାନ ଏକାଠି ବୋଲେ ହୁଁ ଟି।


ମାୟା ବନ୍ଧନକୁ ଛିଣ୍ଡାଅ ବୋଲେ ହୁଁ ଟି

ଯୋଡ଼ି ହୋଇ ଯିବା ତା ସାଥେ ବୋଲେ ହୁଁଟି।


ମୁକ୍ତିର ପଥରେ ନଉକା ବୋଲେ ହୁଁଟି 

ଭାସି ଭାସି ଯିବ ସର୍ବଦା ବୋଲେ ହୁଁ ଟି।


ତୁମେ ମୋର ପିତା ମାତା ଯେ ବୋଲେ ହୁଁ ଟି 

ତୁମ ବିନା ଲାଗେ ଅସାର ବୋଲେ ହୁଁ ଟି।


ତୁମ ସଂଗେ ମୋତେ ଯୋଡ଼ିଦେ ବୋଲେ ହୁଁଟି 

ଶରଣ ନେଲିରେ କାଳିଆ ବୋଲେ ହୁଁ ଟି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action