STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଉଡେ ତ୍ରିରଙ୍ଗା

ଉଡେ ତ୍ରିରଙ୍ଗା

1 min
146


ସ୍ୱାଧୀନତା ଗାଥା ସନ୍ତକ ସ୍ୱରୂପ

       ସର୍ବ ଉଚ୍ଚ ଗିରି ଶୃଙ୍ଗ

ଏଭରେଷ୍ଟ ଠାରେ ଉଡୁଛି ତ୍ରିରଙ୍ଗା

       ବହି ଭାରତୀୟ ଗର୍ବ।

ମହାକାଶେ ମଧ୍ୟ ଆମରି ତ୍ରିରଙ୍ଗା

       ସଦର୍ପରେ ଉଡୁଅଛି

ମହାକାଶଚାରୀ ରାକେଶ ଶର୍ମାଙ୍କ

       ଉଦ୍ୟମ ଜୀବନ୍ତ ଅଛି।

ରଙ୍ଗାୟିତ ହୋଇ ତିନୋଟି ରଙ୍ଗରେ

       ସବୁଜ ଧଳା ନାରଙ୍ଗୀ

ଦିଶେ କେଡେ ତୋରା ମନ ମୋହି ନିଏ

        ଉଡ଼ିବାର ଠାଣି ଭଙ୍ଗୀ।

ଉପରେ ନାରଙ୍ଗୀ ମଧ୍ୟ ସ୍ଥଳେ ଧଳା

        ତଳରେ ସବୁଜ ବୋଳା

ମଝିରେ ଅଶୋକ ଚକ୍ର ଦିଶୁ ଥାଏ

       ଶାନ୍ତି ପୀରତିରେ ଗୋଳା।

ପ୍ରଣାମ କରିବା ତ୍ରିରଙ୍ଗା ଝଣ୍ଡାକୁ

       ଆସ ମୋ ଭାରତ ବାସୀ

ପଞ୍ଚସ୍ତରୀ ବର୍ଷ ଏହି ମହୋତ୍ସବ

        ଗାଇବା ସଙ୍ଗୀତ ମିଶି।

ଜାତୀୟ ସଙ୍ଗୀତ ସ୍ପନ୍ଦନ ଆଣୁଛି

         ତ୍ରିରଙ୍ଗା ରଖିଛି ଟେକ

ବିଶ୍ୱରେ ଆମର ମାନ ବଢ଼ାଇଛି

         ସଭିଙ୍କୁ କରିଛି ଏକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action