ବିପ୍ଳବୀ ବିର୍ସା ମୁଣ୍ଡା
ବିପ୍ଳବୀ ବିର୍ସା ମୁଣ୍ଡା
ନା ଭୁଲିପାରିବି ମୁଁ
ନା ଦେଶବାସୀଏ କେହି
ବିପ୍ଳବୀ ବିର୍ସାଙ୍କୁ କେବେ
ଆମେ ଭୁଲିପାରିବା ନାହିଁ ।
ମୁଣ୍ଡା ଜାତିର ସେ ନେତା
ଥିଲେ ଆଦିବାସୀ ବୀର
ଦେଶ ସ୍ଵାଧୀନତା ପାଇଁ
ତାଙ୍କ କିର୍ତ୍ତୀ ଯେ ଅମର ।
ସୁଗନା,କରମୀ ଦୁହେଁ
ବିର୍ସା ବାପା ବୋଉ ଥିଲେ
ଗୁରୁବାରେ ଜନ୍ମ ବୋଲି
ବିର୍ସା ନାମ ଦେଇଥିଲେ ।
ଅଠରଶହ ପଞ୍ଚସ୍ତରୀ
ନଭେମ୍ବର ପନ୍ଦରରେ
ବିର୍ସା ଜନ୍ମ ଭଲିହାତୁ
ଜିଲ୍ଲା ସୁନ୍ଦରଗଡ଼ରେ ।
ବିର୍ସାଙ୍କ ଜନ୍ମ ପୂର୍ବରୁ
ତାଙ୍କ ଜନ୍ମ ଭିଟାମାଟି
ଗୋରା ସରକାର ଦିନେ
ନେଇଥିଲେ ପରା ଲୁଟି ।
ବାମ୍ବାକୁ ଆସିଲେ ତେଣୁ
ବିର୍ସାଙ୍କର ପରିବାର
ଗୋରା ହଟାଇବ ଦେଶୁ
ପଣ କଲା ବିର୍ସା ବୀର ।
ଜଙ୍ଗଲ ଜୀବିକା ତାଙ୍କ
ଆଦିବାସୀଙ୍କର ପ୍ରାଣ
ମୁଣ୍ଡାଙ୍କୁ ଜଙ୍ଗଲ ଗୋରା
ପରା କରିଲେ ବାରଣ ।
ବିର୍ସାଙ୍କ ନେତୃତ୍ଵେ ସାରା
ମୁଣ୍ଡା ଜାତି ଗଲେ ତାତି
ତାତି ଦେଖି ଗୋରା ମଧ୍ୟେ
ଦିନେ ସୃଷ୍ଟି ହେଲା ଭୀତି ।
ମାଝିତା ମାରିଆ ମୁଣ୍ଡା
ଜମି,ଟଙ୍କାର ଲୋଭରେ
ବିର୍ସାଙ୍କୁ ଧରେଇ ଦେଲା
ଗୋରାମାନଙ୍କ ହାତରେ ।
ରାଞ୍ଚି କରାବାସେ ଦିନେ
ବିର୍ସାଙ୍କର ସହପାଠୀ
ବିଷ ଇଞ୍ଜେକସନ୍ ଦେଲେ
ବିର୍ସା ତଳେ ଗଲେ ଲୋଟି ।
ଉଣେଇଶି ଶହ ମସିହା
ଜୁନ୍ ନଅ ତାରିଖରେ
ଦେଶପାଇଁ ବଳିଦାନ
ତାଙ୍କ ରହିବ ମନରେ ।
