STORYMIRROR

Prabhati Mahapatra

Romance Tragedy Inspirational

3  

Prabhati Mahapatra

Romance Tragedy Inspirational

ପଦେ କଥା

ପଦେ କଥା

1 min
232

କହି ଦିଅ ଥରେ ପଦେ କଥା ପ୍ରିୟ

ନିିରବତା ଭାଙ୍ଗି ଦେଇ

ସହି ପାରୁ ନାହିଁ ତୁମ ମୌନବ୍ରତ

କାହିଁକି କ'ଣ ପାଇଁ ।


ଟିକିଏ କଥାରେ ମନ ଭରି ଯାଏ

ଟିକିଏ ହସରେ ଶାନ୍ତି

ଏମିତି କି ଆମ ପ୍ରେମ ନିବିଡତା

ହରାଇଛି ତାର ଶକ୍ତି ?


ସ୍ମୃତି ପାଇଁ କିଛି ନାହିଁ କି ଅସ୍ତିତ୍ୱ

ଯାହା ଆମେ ବାଣ୍ଟି ଥିଲେ

ଏକାଠି ବସିକି ମନ ପ୍ରାଣ ଢାଳି 

ଭବିଷ୍ୟକୁ ରଖି ଦେଲେ ।


ସେହି ଛକ ଶୂନ ଦେଖା ହେବା କି ନା

ସେହି ହଁ ନା ଖେଳ

କେବେ ଆମ୍ବ ତୋଟା କେବେ ନଦୀ ପଠା

ଗଡି ଯାଏ ଆମ ବେଳ ।


ତୁୁୁମେ ଡେରି କଲେ ରାଗି ଯାଉ ଥିଲି

ଅଭିମାନେ ମୁହଁ ଭାରି

ତୁୁୁମର ପରଶ ପାଇଲେ ଟିକିଏ

ଦୁଃଖ ଯାଏ ଅପସରି ।


ତୁମେ ମୋର ସ୍ମୃତି ତୁୁୁମେ ମୋର ମୁକ୍ତି

ତୁୁମ ପାଦେ ମୋର ମତି

ନା ଭୁଲିବି କେବେ ମିଠା ମିଠା ଦିନ

ହେଉ ମୋ ଜୀବନ ଇତି ।



Rate this content
Log in

Similar oriya poem from Romance