STORYMIRROR

Debadatta Jena

Abstract Romance Tragedy

3  

Debadatta Jena

Abstract Romance Tragedy

ସୀମାରେଖା

ସୀମାରେଖା

1 min
245


ଆଗୋ ଅନନ୍ୟା.. 


ସ୍ବପ୍ନର ତୀର୍ଥ ତୁମେ, 


ସ୍ମୃତି ସାଗରର ସୀମାରେଖା, 


ପ୍ରେମର ଫଲ୍ଗୁରେ ମୁକ୍ତିର ଫୁଆର, 


ଜୀବନ ଭୂଇଁର ରଂଗ ଶାଳା, 


ସାଗର ମୁଁ ତୁମ ଏ ବେଳାଭୂଇଁରେ, 


ତୁମେ ସେ ନୀଳିମା ରୁପସୀ କନ୍ୟା, 


ରୁପସୀ ପରୀ ଗୋ ବନ୍ଧୁର ପଥେ, 


ତୁମେ ପ୍ରେମ ଝରା ମଧୁଶାଳା..! 


ତୁମେ ପ୍ରେମିକା, 


ପ୍ରେମର ପ୍ରତୀକ ସାକ୍ଷୀ ଗୋ ତୁମେ, 


ଅଳସୀ ଢେଉର ମଧୁ ଜ୍ୟୋସ୍ନା,  


ଉତ୍ତାଳ ତରଙ୍ଗେ ଉଡାଇ ମେଖଳା 


ଯାଅ ଫେରି ସାଜି ମରୁ ତୃଷ୍ଣା, 


ଜାହ୍ନବୀ ଦେହରେ ପ୍ରେମ ବନ୍ୟାଟିଏ, 


ପ୍ରୀତି ପରଶରେ ଲାଗ ମଧୁ ଲଗ୍ନା, 


ତୁମେ ମୋ ମନର ଅପୂର୍ବ କାକଳି 


ସାଜୁଛ କେବେ ଯେ ଯଜ୍ଞ ଶାଳା..!


ଆଗୋ ଚନ୍ଦ୍ରମା, 


ସୁନ୍ଦରତାରେ ନାହିଁ ତୁଳନା, 


ଜୀବନ ମନ୍ଦିର ଯଜ୍ଞ ବେଦୀ ହେଲେ, 


ମୋ ସିଂହ ଦ୍ୱାରର ତୁମେ ମୁଖଶାଳା, 


ମୋକ୍ଷ ମାର୍ଗର ତକ୍ଷ ଶିଳା ତୁମେ, 


ମୋ ପାଇଁ ସାଜୁଛ ଭଗ୍ନ ଶିଳା, 


କେବେ ତ ସାଜୁଛ ପାନ୍ଥଶାଳାଟିଏ, 


କେମିତି କହିବି ତୁମେ ମୋ ପ୍ରେମିକା 


ମୁଁ ଗୋଟେ ଅଶାନ୍ତ ସୀମାରେଖା..! 







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract