STORYMIRROR

Debadatta Jena

Romance Tragedy

3  

Debadatta Jena

Romance Tragedy

ଗାଥା..

ଗାଥା..

1 min
252


କହିବି କହିବି କି କଥା କହିବି 

ଅଙ୍ଗେ ନିଭା କଥା କହିବି, 

ଦୁଃଖ କହିବି କି ସୁଖ ମୁଁ କହିବି 

ଜୀବନ କାହାଣୀ କହିବି, 

ଜୀବନ ଯନ୍ତ୍ରଣା,ଜୀବନ ମୂର୍ଚ୍ଛନା

ଜୀବନର ଗୀତ ଗାଇବି, 

ଜୀବନ ଯମୁନା,ଅଝାଲ ନଈରେ 

ଅଝାଲ ସଂଗୀତ ଗାଇବି, 

ଅସରା କଥାର ଅମୁହାଁ ପେଡ଼ିରେ 

କରୁଣ କାହାଣୀ ଲେଖିବି, 

ପଢ଼ କି ନ ପଢ଼, ନିରବ କବିତା 

ମୁଁ ଜୀବନ୍ତ କବିତା ସୃଜିବି, 

କିଏ ଶୁଣୁ କି ନ ଶୁଣୁ ଏ ଅସରନ୍ତି 

ଗାଥା, ମୋ ଅପାସୋରା କଥା, ମୁଁ,,, 

ହୃଦୟର ଭାଷା କହିବି, 

ଭଲ ପାଉ ନ ପାଉ ବେଫରକ ମୁଁ.. 

ମୋ ପରାଣ ସଂଗୀତ ଗାଇବି...!







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance