STORYMIRROR

Satyanarayan Sahoo

Romance Others

3  

Satyanarayan Sahoo

Romance Others

ପତିପତ୍ନୀ

ପତିପତ୍ନୀ

1 min
200


ପ୍ରେମ ମନ୍ଦାକିନୀ ବହେ ଯହିଁ ଚିର 

ଆନନ୍ଦ ଉଲ୍ଲାସ ପ୍ରୀତି

ମଧୁରୀମା ଖେଳେ ପରାଣେ ପରାଣେ

ଏକ ଆରେକର ପ୍ରତି ।୧

ପ୍ରୀତି‐ ପୂତ ପ୍ରାଣେ ଉତ୍ସର୍ଗୀତ ସଦା

ପତି ପତ୍ନି ବେନି ଜନେ  

ଶୁଭ୍ର ଅଭ୍ର କୋଳେ ଶତହ୍ରଦା ଖେଳେ

ଉଜ୍ବଳେ ଝଳି ଯେସନେ ।୨

ତେସନ ପ୍ରକାରେ ପତିର ଅଙ୍କରେ 

ପତ୍ନି ଦିଶେ ଶୋଭାବନ  

ପ୍ରେମ‐ ପ୍ରଣୟର ମଧୁମୟୀ ଝର

ଧାରେ ଧଉତ ପରାଣ ।୩

ସ୍ୱାମୀ ସ୍ତ୍ରୀ ଅବା ପତିପତ୍ନୀ ଭାବ 

ସଂପର୍କ ଅଟେ ମହାନ

ଯହିଁ ବିଶୋଭିତ ସୁଗୁଣେ ସତତ

ଶାଶ୍ୱତ ଓ ଚିରନ୍ତନ  ।୪

ପର ସ୍ପର ପ୍ରତି  ସେବା ସୌହାର୍ଦ୍ଦ୍ୟ

ପ୍ରୀତିର ଅମନ୍ଦ ଧାରେ

ପବିତ୍ର ବନ୍ଧନେ ଯେଉଁ ବେନି ଜନେ

ଜପନ୍ତି କାଳ ସଂସାରେ ।୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance