Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rama chandra Pradhan

Romance

3  

Rama chandra Pradhan

Romance

ପ୍ରିୟତମା

ପ୍ରିୟତମା

1 min
181



ଦରିଆ ସେପାରି ରୂପସୀ ନାୟିକା 

  ଆଗୋ ମୋର ପ୍ରିୟତମା 

ରୂପେ ଅନୁପମା ଗୁଣେ ସର୍ବୋତ୍ତମା 

   ଅଲିଅଳି ରାଜଜେମା l


ମୋ ମନ ଆକାଶେ ତୁମେ ପରୀଟିଏ 

   ସତେ ଅବା ମଧୁମକ୍ଷୀ

ଉଡିଯିବା ଆସ ସାଥି ହୋଇ ଦୁହେଁ 

   ଏଇ ତାଳବଣ ସାକ୍ଷୀ l


ପ୍ରିୟତମା ତୁମେ ମୋ ଜୀବନେ ଆସି 

  ଦେଲ ପ୍ରେମ ଉପହାର 

ତୁମ ଛାତି ଚିରି ଲେଖେ ମୋ ନାମକୁ 

   ସପନରେ ବାରମ୍ବାର l


ପ୍ରିୟତମା ତୁମେ ଚାନ୍ଦିନୀ ରାତିର

   ମଧୁଝରା ପ୍ରେମ ପ୍ରୀତି 

ତୁମେ ଥିଲେ ପାଶେ ଲୋଡ଼ା ନାହିଁ ମୋର 

  ହୀରା ଲୀଳା ଅବା ମୋତି l


ସଞ୍ଜ ସକାଳରେ ନିତି ମୁଁ ଖୋଜୁଛି 

  ତୁମର ସେ ଚିହ୍ନାମୁହଁ 

ସପନରେ ନୁହେଁ ସତେ କି' ଆସିବ 

  ପ୍ରିୟତମା ଥରେ କୁହ l


Rate this content
Log in