Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Romance Others

3  

Chittaranjan Nanda

Romance Others

ମନ ଭିତର ଅଯଥା ନ୍ଦ୍ୱନ୍ଦ

ମନ ଭିତର ଅଯଥା ନ୍ଦ୍ୱନ୍ଦ

1 min
122



ଜଣଙ୍କ ସାଧନାରେ ଆଉ ଜଣେ ବନିଲା 

ତାର, ନିଜେ ମଧ୍ୟ ଅସାଧ୍ୟ ହୋଇ

ଫଳରେ ଏକ ବ୍ୟକ୍ତି ଉଜ୍ଜ୍ୱଳ ନକ୍ଷତ୍ର ସାଜିଲା 

ଅନ୍ୟ ଜଣଙ୍କ ବ୍ୟକ୍ତି ପାଇଁ |୧|


ଜଣଙ୍କର ନିଜ ପରିବାର କହୁଥିଲେ ଅନ୍ୟ 

ଜଣଙ୍କୁ ଛାଡ଼ି ଦେବାକୁ

ଅଦ୍ଭୁତ ଜିଦ୍ ରେ ସ୍ୱାମୀ ସ୍ଥିର ଥିଲେ, ଏକା 

ଲଢ଼ୁଥିଲେ, ବିବାହ କରିବାକୁ |୨|


ହେଲେ ସେମାନେ ଅବଶେଷ ଉଲ୍କାଖଣ୍ଡ ସେଇ 

ଦୁଇ ପ୍ରତିଶ୍ରୁତିବଦ୍ଧ ମଣିଷ 

କରି ଚାଲିଲେ ନିଜର ବ୍ୟକ୍ତିଗତ ସ୍ୱାଧୀନତାକୁ 

ଆଖ ପାଖରେ ଧ୍ଵଂସ |୩|


ଜଣେ ଚାହିଁଥିଲେ ଖୁବ୍ ଶୀଘ୍ର ଯାଇ ପାରି 

ଥାନ୍ତେ ପରଦା ଆଡେ଼ଇ  

ହେତୁ ପୂର୍ବରୁ ମନରୁ ଫୋପାଡ଼ି ଦେଇଥିଲେ 

ଟେର୍ ପାଇନଥାନ୍ତେ କେହି |୪|


ଡାହାଣୀ ବୋଲି ଅନେକ ଝଡ଼, ଅନେକ 

ଝଗଡ଼ା ସ୍ୱାମୀଂକ ପରିବାରରେ

ସୁନ୍ଦରୀ ହୋଇଥିବା ଯୋଗୁ ପୁଅକୁ ବଶ 

କରି ବିବାହ କରିଛି ରୂପ ବଳରେ |୫|


ଗ୍ରେଜୋନ୍‌ରେ ଆଫ୍ରୋଡାଇଟ୍ ପରି ଦୁହେଁ 

ଏକାଠି ହୋଇ ଉବୁଟୁବୁ ହେଲେ

ବୁଝିବା ଅସାଧ୍ୟ ଅନ୍ୟ ପାଇଁ କିଆଁ ଦୁହେଁ 

ଦୁହିଁକୁ ଅଣ୍ଟିରେ ପୁରେଇଲେ |୬|


ବିବାହ ପରେ ସମସ୍ତେ ଭାବୁ ଥିଲେ ଦୁଇ 

ଜଣ ଅନେକ ଖୁସିରେ ଥିଲେ

ମୃତ୍ୟୁ ଆଡ଼କୁ ପାଦ ଚଲାଇ ବର୍ଷ ବର୍ଷ ପରେ 

ଖୁସି କଅଣ ବୁଝି ପାରି ନଥିଲେ |୭|


ଦିନେ ସ୍ୱାମୀ ଝଡ଼ ପରି ପଶି ଆସିଲେ 

ଅପରାଧୀ ଠାଣି ନେଇ

ପଶ୍ଚାତାପ ସ୍ପଷ୍ଟ ପଢ଼ି ପାରୁଥିଲେ ସ୍ତ୍ରୀ ସେ

ବାହ୍ୟାଙ୍ଗ ଠାଣିକୁ ନେଇ |୮|


Rate this content
Log in

Similar oriya poem from Romance