STORYMIRROR

Satyanarayan Sahoo

Romance

3  

Satyanarayan Sahoo

Romance

କବି ଶେଖର  ଚିନ୍ତାମଣି  ମହାନ୍ତି

କବି ଶେଖର  ଚିନ୍ତାମଣି  ମହାନ୍ତି

1 min
297

କେତେ କେତେ କାବ୍ୟ କବିତାର ସ୍ରଷ୍ଟା

ଅଟ ତୁମ୍ଭେ ଚିନ୍ତାମଣି

ଉତ୍କଳ ଆକାଶେ ପ୍ରଦୀପ୍ତ ବିଭାସେ

ଜାଜ୍ଜଲ୍ୟ ଯେମନେ ମଣି ॥୧


କେତେ ଯେ କବିତା କାବ୍ୟ ପାଟବତା

ସ୍ୱଛନ୍ଦ ସୁ‐ଛନ୍ଦ ଶୈଳୀ

ଘେନି ମୁଗ୍ଧକର ଭାଷା ‐ଭାବ ‐ଯାର

ସରସ  ରସ ଉଚ୍ଛୁଳି ॥ ୨


ଉଠି ଆସୁ ଥାଏ ଯିଏ ପଢୁ ଥାଏ

ତୁମର ଭାଷା ‐ ଲାଳିତ୍ୟ

ଚମତ୍କାର ପରି ବେଷଣରେ ଭରି

 ଆକର୍ଷକ ସୁ‐ ସାହିତ୍ୟ ॥୩


ବିରଚିଛ କାବ୍ୟ ଶାଳନ୍ଦୀ  ସୁରଙ୍ଗୀ  

ଜୟପୁର ମେଘାସନ

ଉତ୍କଳ କମଳା କାବ୍ୟ ସନ୍ଧ୍ୟାତାରା

ସାଥେ ଗଞ୍ଜାମ ଭ୍ରମଣ ॥୪


ଉପନ୍ୟାସ ତୁମ ଦିଅଇ ଆନନ୍ଦ 

ଟଙ୍କା ଗଛ ଅନୁପମ

ସୁରଙ୍ଗୀ କାବ୍ୟର ସଂଗୀତ ସଂଭାର

 ଆହା କେଡେ ମନୋରମ ॥୫


 ବୁଲା ଫକୀର ଓ ଯୁଗଳ ମଠ ଯେ 

 ଶନି ଶପ୍ତା ରୂପା ଚୂଡି  

ଜୀବନ ପଞ୍ଜିକା ଗ୍ରନ୍ଥେ ଯାଇ ଅଛ  

 ଆହା କି ମଞ୍ଜୁଳେ ବାଢି ॥୬


ଜୀବନର ଯେତେ ଅନୁଭୂତି ମାନ 

ଆକର୍ଷଣୀୟ ଚିତ୍ରଣେ

ମନୋଜ୍ଞ ବର୍ଣ୍ଣନା ସୁଋଚି କଳ୍ପନା

 ବିଳାସିତା ସମ୍ମିଶ୍ରଣେ ॥୭



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance