ପ୍ରିୟତମା
ପ୍ରିୟତମା


ପ୍ରିୟ ତମା ତମ ସ୍ମୃତି ଜାଗଇ ଅନ୍ତରେ
ଅନୁକ୍ଷଣେ ମନେ ଭରେ ନବ ଆବେଗରେ ।
ଆହା କି ଲଲିତ ରମ୍ୟ ତୁମର ଆନନ
ଅନୁକ୍ଷଣ ଉଦ୍ଭାସିତ କରୁ ଅଛି ମନ ।
କୃଷ୍ଣ ନୀଳ ଘନ ବେଣୀ ଓ ଚୂର୍ଣ୍ଣ କୁନ୍ତଳ
ଚରମ ପରଶୁ ଥାଏ ଯାହା ଚିର କାଳ ।
ଅସ୍ତରାଗ ଜିତ ଶୋଭା ସୁନ୍ଦର ସିନ୍ଦୂର
ବିନ୍ଦୁ ସାଥେ ସୀମାନ୍ତ ରେ ସିନ୍ଦୂରର ଗାର ।
ଲିପଷ୍ଟିକ ବୋଳା ଓଠ କେଡେ ମନୋରମ
ଛୁଇଁ ଦେଲେ ଲାଗେ ସତେ ସତେଜ ନରମ ।
ପକ୍ଵ କୋରକର ବୀଜ ଜିତ ଦନ୍ତ ପଂକ୍ତି
ହସି ଦେଲେ ଦିଶେ କିବା ମୁକ୍ତା ବରଷୁଛି ।
ନାସିକରେ ଫୁଲି ଶୋଭା ଦିଶେ ମନଲୋଭା
ବେନି କର୍ଣ୍ଣେ ଝଳି ଦିଶେ କାନଫୁଲ ଆଭା ।
କେତେ ରକମର ଫୁଲେ ଖୋସା କରି ସଜ
ସଜ ଗୋଲାପକୁ ଖୋସି ହୋଇଥାଅ ସଜ ।
ଖତମାଳ ଜିଣି ଦିଶେ ରୁଚିର ଚିକୁର
ଧନ୍ୟ ତୁମ ଶୋଭା ବିଭା ପ୍ରିୟତମା ମୋର ।