STORYMIRROR

Kabiratna Nutan Kumar Behera

Romance Classics

3  

Kabiratna Nutan Kumar Behera

Romance Classics

ପ୍ରିୟତମା

ପ୍ରିୟତମା

1 min
232

ତୁମେ ପ୍ରିୟତମା 

ମୋ ମନ ବନ ବନାନୀର 

ସବୁଜ ସୁନ୍ଦର ସବୁଜିମା, 

ତୁମ ତନୁ ଲତାରେ ପ୍ରକୃତି 

ଭରିଛି ଅନୁପମ ସୁଷମା। 

ତୁମେ ପ୍ରିୟତମା 

ମୋ ହୃଦ ଆଇନାରେ 

ଏକ ସ୍ଥିର ବାସ୍ତବ ପ୍ରତିମା, 

ରୂପ ଗୁଣରେ ତୁମେ ଅନନ୍ୟା 

କାହା ସାଥେ ତୁଳନା କରି 

ଦେବି ମୁଁ କି ଉପମା

ତୁମେ ପ୍ରିୟତମା 

ମୋ ଭାବ ସାଗରର କଳ୍ପନା 

ନୀଳ ଲହରୀମାଳାର 

ତୁମେ ଅସରନ୍ତି ଅସୀମ ସୀମା, 

ଛନ୍ଦ ତୋଳି ନାଚି ଯାଅ 

ମୋ ଜୀବନର ବେଳାଭୂମିରେ

ଭିଜା ଭିଜା ସ୍ବପ୍ନକୁ ମୋର

ସତେଜ କରି ପରିକ୍ରମା।

ତୁମେ ପ୍ରିୟତମା 

ମୋ ଆଶାର ଆକାଶେ ଚନ୍ଦ୍ରମା, 

ତୁମ ରୂପା ପରି ଝଲସୁଥିବା

ଚିକ୍ ଚିକ୍ ହସରେ 

ପ୍ରେମର ସ୍ନିଗ୍ଧ କୋମଳ କିରଣରେ 

ବିଭୋର ହୁଏ ମୋ ମନ ଆତ୍ମା,

ନିଆରା ତୁମ ମହିମା 

ତୁମ ବିନା କିଛି ଏକା କିଛି

ଲାଗେନା ଭଲ ଜମା।

ତୁମେ ପ୍ରିୟତମା 

ପ୍ରତି ପ୍ରାଣର ସ୍ପନ୍ଦନେ 

ଦିଅ ଭରି କେତେ ପ୍ରେରଣା 

ପ୍ରେମରେ ଭରି ଦିଅ ସୁଷମା,

ତୁମେ ବିଶ୍ଵାସ ଭରସାର ଅଗଣା 

ଜୀବନର ଲକ୍ଷ୍ୟ ଓ ଠିକଣା 

ତୁମେ ମୋ ଯୋଜନାବଦ୍ଧ 

ଜୀବନର ଶ୍ରମ ସାଧନା କ୍ଷେତ୍ରରେ 

ଚତୁରପାର୍ଶ୍ଵର ପରିସୀମା

ପ୍ରିୟତମା ପ୍ରିୟତମା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance