STORYMIRROR

Anjana Naik,Anju..Deogarh

Romance

3  

Anjana Naik,Anju..Deogarh

Romance

ହଁ ମୁଁ ଏବେ ବଦଳି ଯାଇଛି

ହଁ ମୁଁ ଏବେ ବଦଳି ଯାଇଛି

1 min
260

ହଁ ମୁଁ ଏବେ ବଦଳି ଯାଇଛି

ମାନୁଛି ମୋର ପ୍ରେମରେ କିଛି

ପରିବର୍ତ୍ତନ ଘଟିଛି, ତ କଣ ହେଲା

ସମ୍ପର୍କର ପ୍ରତ୍ୟେକ ସୋପାନର

ଆବଶ୍ୟକ ପୁରଣ କରୁ କରୁ

ନିଜ କଥା ସବୁବେଳେ ପଛପଡ଼ି ଯାଉଛି ।


ଏଇ. ଦେଖୁନ

ଘରର କର୍ମ ମୟ ଜଞ୍ଜାଳ ଭିତରେ

ପ୍ରତ୍ୟେକ ସମ୍ପର୍କର ତାଲିକା ପୁରଣ କରୁକରୁ

ସବୁ ଲୋକଙ୍କୁ ସୁହଉଥିବା ସ୍ନେହର

ପିଆଲା ବାଣ୍ଟୁ ବାଣ୍ଟୁ

ତମ ଭାଗର ଥିବା ପ୍ରୀତିର ପରସ

ମୋ ହୃଦୟରେ ସାଇତି ରଖି

ତମକୁ ଟିକେ ବାଆଁରେଇ ଦେଉଛି ।


ଅତୀତ କେତେ ପ୍ରେମମୟ,ସ୍ବପ୍ନମୟ ଥିଲା

ଯେବେ ନିରୋଳାରେ ସ୍ମୃତି ମନ୍ଥନ କରେ

ମନେପଡ଼େ ସେ ଅମାନିଆ ଭାବକୁ

ମୁଁ ବଦଳି ଯାଇନି ପୁରୁଣା ସମୟ ଗୁଡ଼ିକ

ମୋ ଦେହେ ନେସି ହୋଇ ଚ଼ାଲି ଯାଇଛନ୍ତି

ସେଇ ନମ କେବଳ ଆକର୍ଷଣର ଅଭାବ

ଏବେ ସମୟ ସହିତ ସାଲିସ୍ କରି ନେଇ

ପୌଢ଼ତ୍ବରେ ମନକୁ ଟିକେ ଆକଟ କରିଛି ।


ମୋ ଆଖି ଓଦା ହୁଏ

ତମ ଅବ୍ୟକ୍ତ ଓଠର ଭାବକୁ ଆଖିର ନିରାଶତା କୁ ପଢ଼ି

ସେଇ ମନ, ସେଇ ଭାଷା ହୃଦୟରେ

କେବେଠୁ ତମର ଅଭିଯୋଗ

ମୋ ପ୍ରେମ ବଦଳି ଯାଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance