ଜୟ ଜଗନ୍ନାଥ
ଜୟ ଜଗନ୍ନାଥ


ମୁଁ ପାଇଲେ ଦୁଃଖ ତୁମକୁ କି ସୁଖ
ମିଳୁଛି କଳା ଠାକୁର....
କେଉଁ ଅଭିମାନେ ମୋ ପାଇଁ କି ତୁମେ
ସାଜିଛ ମୁକ ପଥର ।
ଜାଣି ନାହିଁ ତୁମ ପୂଜା ଆରାଧନା
ତେଣୁ କି ବହିଛ ରୋଷ.....
କହିଦିଅ ଥରେ ଆସି ମୋ ସପନେ
କଲି ଅବା କେଉଁ ଦୋଷ ।
ଦୀନ ଜନ ବନ୍ଧୁ, କରୁଣାର ସିନ୍ଧୁ
କିଏ ଦେଲା ନାମ ତୁମ
କେଉଁ ବଡ଼ ପଣେ ସାରା ଜଗତରେ
ବଡ଼ ଠାକୁର ତୋ ନାମ ।
ସାରା ଜଗତର ଡାକ ଶୁଣୁଅଛ
ରତ୍ନ ସିଂହାସନେ ବସି
ମୋ ଡାକ କି ତୁମ କାନେ ପଡୁନାହିଁ
ଆହେ ଶ୍ରୀକ୍ଷେତ୍ର ନିବାସୀ ।
ତୁମ ପାଦେ ଆଶ୍ରା କରିଛି ଭରସା
ନିରାଶ କରନା ହରି
ମୋ ଜୀବନ ତରୀ କରି ନିଅ ପାରି
ହେ ମୋର ବିଶ୍ୱ ନାଉରୀ ।
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ