STORYMIRROR

Debadatta Jena

Romance Tragedy

3  

Debadatta Jena

Romance Tragedy

ଶୂନ୍ୟ ଆକାଶ..

ଶୂନ୍ୟ ଆକାଶ..

1 min
186


ଇନ୍ଦ୍ରଧନୁକୁ ମାଗୁଛି ମୁଁ ରଙ୍ଗ 

ମାଗୁଛି ତ କେତେ ଦିନୁ, 

ନ ଦେଲା ନାହିଁ ତା' ଦେହର ରଙ୍ଗ, 

ହଜୁଛି ସେ ସେଇ ଦିନୁ, 

ସାତ ରଂଗୀ ସିନା ତା' ରୂପର ରଙ୍ଗ,

ନ ହଜୁ ସେ ମୋ ମନୁ, 

ରଙ୍ଗ ବଦଳରେ ସଙ୍ଗରେ ମୋ ରହୁ, 

ମାଗୁନି ମୁଁ କିଛି ତେଣୁ, 

ମୋ ମନ ଆକାଶର ଇନ୍ଦ୍ରଧନୁ..! 


ଇନ୍ଦ୍ରଧନୁକୁ ଦେଖୁନି ତା ରୂପ, 

ଦେଖୁନି ମୁଁ ମୋ ନିଜକୁ, 

ରଙ୍ଗ ଛିଟା ସିନା ନ ଦେଲା ନାହିଁ ତ, 

ନ ହଜୁ ସେ ମୋ ମନୁ, 

ତା' ବିନା ମନଟା ସାଧା କାଗଜଟେ 

ରଙ୍ଗ ହୀନ ଶୂନ୍ୟ ଯେଣୁ, 

ତା' ରୂପ ବର୍ଣ୍ଣାଳି ଫେରିନି ସେ ଦିନୁ 

ବର୍ଣ୍ଣ ହୀନ ରଙ୍ଗ ତେଣୁ, 

ଶୂନ୍ୟ ମୋ ଆକାଶ ଇନ୍ଦୁ..!






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance