ସ୍ମୃତି (୨୮)ଅକୁହା କଥାର ପ୍ରୀତି
ସ୍ମୃତି (୨୮)ଅକୁହା କଥାର ପ୍ରୀତି


ଜ୍ୟୋତ୍ସ୍ନା ଚର୍ଚ୍ଚିତ ରାଜପଥ ଧାରେ
କିଏ ବୁଲେ ଏକା ଏକା
ଗୁଣୁ ଗୁଣୁ ସଙ୍ଗୀତର ସ୍ବରରେ ,
ବିସ୍ତୃତ ଚାନ୍ଦୁଆ ପରି ଜ୍ୟୋତ୍ସ୍ନା
ଅଭିଭୂତ କରେ ଜନ ମାନସକୁ
ଏ କାକର ଭିଜା ଶୀତ ରାତିରେ ,
ହତବିମ୍ବ ହୁଏ ବାରମ୍ବାର ଯୈ।ବନ
ନିୟତିର ଅବାରିତ ପ୍ରୀତି ସିଂଚନରେ
ଖେଳିବାକୁ ଅଧିର ହୁଏ ରଙ୍ଗ ଖେଳ
ଫଗୁଣର ଫଗୁଭିଜା ଗୋଲାପି ବେଳାରେ ,
ସ୍ବପ୍ନ ସବୁ ସତ ମନେହୁଏ
ଅକୁହା କଥାର ପ୍ରୀତି ସମ୍ଭାଷଣେ
ରୋମାଞ୍ଚିତ ହୁଏ ଦେହ ମନ
ନିଦାଘରେ ବି କେମିତି କିଏ ଜାଣେ .... !