Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amit Bal

Romance Tragedy

4.0  

Amit Bal

Romance Tragedy

ସ୍ମୃତି (୨୭) ପୁଣି ଥରେ ବର୍ଷା

ସ୍ମୃତି (୨୭) ପୁଣି ଥରେ ବର୍ଷା

1 min
200


କଥା ଥିଲା ତମେ ମୋତେ ଦେଖାଇବ

ହରରଙ୍ଗୀ ଦୁନିଆର ପ୍ରତିଟି ରଙ୍ଗ

ଏବେ କିନ୍ତୁ ବାହାରେ ବର୍ଷା କହି ଠକୁଛ

କେମିତି ଏତେ ସହଜରେ ଦେଇ ଛତ୍ରଭଙ୍ଗ ,


ଉଦବେଳିତ ମନ ମୋର ପଚାରୁଛି ତମକୁ

ତମାମ ପ୍ରଶ୍ନର ଉତ୍ତର ଗୋଟି ଗୋଟି

ତମ ମନ କିନ୍ତୁ ଶୁଣୁନି ବୋଧେ କିଛି

ହଜିଛି ଯାଇ ଆଜିକାଲି ଅନ୍ୟ କେଉଁଠି ,


ତମ ଆଖିର ସେଇ ଅଗଣିତ ଭାଷା

ଏବେ ଲାଗେ ଅଙ୍ଗ ପରିପକ୍ୱ ଅଭିନୟର

ସାରା ଜୀବନ ତୁମରି ମୋହରେ କାଟିଦେଲି

ଅଧୁନା ମୁଁ ତମ ପାଇଁ ଗୋଟାପଣେ ପର ,


ସତ କୁହ କେବେ ଶିହରିତ ହୁଅନି

ଅତୀତର ସ୍ମୃତି ସବୁ ତମକୁ ଛୁଇଁ ଦେଇ ଗଲେ

ଏମିତି ବୁଝିବା ପଣ କେଉଁଠୁ ପାଇଲ

ଖୁସି ଅଛ ନିରନ୍ତର ଆଉ କେ ଜିଇଁଲେ ମରିଲେ ...... ।


 





Rate this content
Log in