STORYMIRROR

Amit Bal

Abstract Tragedy Others

3  

Amit Bal

Abstract Tragedy Others

ବିଚ୍ଛେଦ (୨୦)ଜୀବନ ନଈରେ ବଢି

ବିଚ୍ଛେଦ (୨୦)ଜୀବନ ନଈରେ ବଢି

1 min
222


ବେହିସାବୀ ଜୀବନର ଚଲାପଥେ

ବେଳେ ବେଳେ ଅଜାଣତେ ନଈ ବଢି ଆସେ ,

ମନର ମଣିଷ ବି ଅକସ୍ମାତ

ସମୟର ସେ ବଢିରେ ଦୂରେ ଯାଇ ଭାସେ ,


ଜୀବନ ହଜିବାକୁ ବାଟ ଖୋଜେ

ଖରା ସାଉଁଟିବା ବେଳେ ,

ନିଅଣ୍ଟିଆ ହୁଏ ପୃଥିବୀର ଚଉଡ଼ା ଛାତି

ହୁଏତ ଠିକ୍ ସେତିକି ବେଳେ ,


ଶୂନ୍ଯତା ଶ୍ବାସ ରୁଦ୍ଧ କରେ ମନକୁ

ଛାତିକୁ ଥରାଇ ଦେଇ ପବନରେ ,

ବୁନ୍ଦା ବୁନ୍ଦା ଲୁହ ଝରେ ଅହରହ

କେଉଁ ଆପଣାର କାଉଁରୀ ସ୍ପର୍ଶରେ ,


ସବୁ ଏଠି ସଂଯୋଗର ଋତୁ

ତାକୁ ବାନ୍ଧି ରଖି ହେବନି ଶିକୁଳିରେ ,

ସମୟର ବଢିରେ ଭାସି ଭାସି ଲାଗିବ

ଜଣା ନାହିଁ କେଉଁ ଦିନ କାହା ଅଗଣାରେ ......



Rate this content
Log in

Similar oriya poem from Abstract