ସନ୍ଦେହୀ ପ୍ରିୟା
ସନ୍ଦେହୀ ପ୍ରିୟା


ପ୍ରିୟା ଯେବେ ମୋତେ ସନ୍ଦେହରେ ଦେଖେ
ଲାଗେ ମୋତେ ଭାରି ଖୁସି
କାହିଁକି ମୁଁ ଜାଣେ ତା'ର ଅଧିକାର
ମୋ ଜୀବନେ ଅଛି ବସି ।
ମୋ ମନରେ ଯେତେ ସ୍ନେହ ପ୍ରେମ ଭରା
ହେଉ ତା ସୁନ୍ଥାର ରଙ୍ଗ
ଅନ୍ୟ କେହି ଆସି ସପନକୁ ଧସି
ଛଳରେ ନକରୁ ଭଙ୍ଗ ।
ଆଖି ପଲକରେ ବାନ୍ଧି ରଖି ଥାଏ
କଷି ଦେଇ ପ୍ରେମ ନିଘା
ମୋର ଦେହ ମନ ସୌରଭ କୁସୁମ
ଲଭିଲେ ଜୀବନ ଶ୍ଳାଘା ।
ଚାହେଁ ନାହିଁ ଧନ ଚାହେଁ ନାହିଁ ମାନ
ଟିକିଏ ଶ୍ଳେଷରେ ତୃପ୍ତ
ତା'ର ଚଞ୍ଚଳତା ତାର ବ୍ୟାକୁଳତା
ସେଥିରୁ ମୋ ଶାନ୍ତି ପ୍ରାପ୍ତ ।