STORYMIRROR

Gunanidhi Samal

Tragedy

3  

Gunanidhi Samal

Tragedy

ତୁମରି ପହିଲି ଛୁଆଁ

ତୁମରି ପହିଲି ଛୁଆଁ

1 min
179

ତୁମ ପାଇଁ ସାଥୀ

ନାଇଥିଲି ଦିନେ

ସିନ୍ଥିରେ ସିନ୍ଦୂର ମୋର

ତୁମ ହାତ ଧରି 

ଆସିଥିଲି ପରା

ଗଢ଼ିବା ପାଇଁ ସଂସାର।


ମହାଦେବ ବେଢ଼ା

ବଉଳ ବେଦୀରେ

କଥା ଦେଲ ମଥା ଛୁଇଁ

ଭୁଲିଯିବ ନାହିଁ 

ଏ ଅଭାଗିନୀକୁ

ଜନମ ଜନମ ପାଇଁ ।


ତୁମକୁ ନେଇ ମୁଁ

ଆଙ୍କିଲି ସପନ

ଦେଖିଲି ନୂଆ ଦୁନିଆଁ

ତୁମେ ଯିବା ପରେ

ସ୍ମୃତି ହୋଇଗଲା

ତୁମରି ପହିଲି ଛୁଆଁ ।


Rate this content
Log in

Similar oriya poem from Tragedy