ଚାଲି ଯାଅ ସ୍ମୃତି
ଚାଲି ଯାଅ ସ୍ମୃତି
ବିରସ ସାଗରେ ଡୁବୁରି
ଚେଷ୍ଟା ତ ଜାରି
ହେଲେ ଆଞ୍ଜୁଳା ଆଞ୍ଜୁଳା କେବଳ ବାଲି
ନା ପାଇଛି ଶାମୁକା ନା ଗେଣ୍ଡା
ଆଖି ଆଗରେ ଆଶା ବୈତରଣୀ
ଥରକୁ ଥର ଅତଳ ଗର୍ଭ ଦେଖେ
ଜୀବନକୁ ପାଣି ଛଡେଇ ପ୍ରଗାଢ ବିଶ୍ୱାସ
ପାଇଲି କ'ଣ..... ଛଳନା
ମୋର ମୂର୍ଖତା ଉପରେ
ଖିଲି ଖିଲି ହସୁଛି ସିନ୍ଧୁ
ହସୁଛି ଅଗଣିତ ଉର୍ମିମାଳା ।
କିଏ ମୋର ମତିଭ୍ରମ କଲା
କିଏ କାଢି ନେଲା ସମସ୍ତ ଶାନ୍ତି ........
ପ୍ରଣୟୀ ମନ ମୋର ଅବିଶ୍ରାନ୍ତ
ଟିକିଏ ସ୍ନେହ ପାଇଁଁ ବ୍ୟାକୁଳ,
ବିରହ ଉତ୍ପୀଡନ ସହୁଥିବା
ହୃଦୟରେ, ସ୍ଥାନ ନାହିଁ ତୁୁୁୁମ ପାଇଁ ।
ତୁମେ କି ମୋତେ ବିଷାଦରୁ ମୁକ୍ତି ଦେବ ?
ତୁମେ ତ ମାୟାବୀ
ତୁମେ ପ୍ରେମିକ ଆଖିର ମସ୍ତ ମଦିରା
ତୁମକୁ ପିଇଲେ, ମୁଁ ଭୁଲି ଯିବି
ଅତୀତରେ ହୋଇ ଥିବା ପ୍ରତାରଣା
ଦୂରେଇ ଯାଅ .....
ମୋର କୋମଳ ହୃଦୟକୁ ଆଘାତ କରନା ।

