Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଦିଶୁଥାଉ ଦିବ୍ୟ ପଥ

ଦିଶୁଥାଉ ଦିବ୍ୟ ପଥ

1 min
146



ନିଷ୍ପାପ ଶିଶୁର ଦେହେ କଣ୍ଟା ନାହିଁ

   ଅଛି ଖାଲି କୋମଳତା

ହୃଦୟ ରେ ତାର ନାହିଁ କପଟତା

   ଭରି ଅଛି ସରଳତା ।


ଫୁଲରେ ଦେଇଛ କେତେକେତେ ରଙ୍ଗ

    ବାସନା ଯେ ଚହଟଇ

ସୁରମ୍ୟ ଉଦ୍ୟାନ ବନ ଉପବନ

   ଶୋଭା ଆହା ମହକଇ।


ନଦୀରେ ରହିଛି ଚଂଚଳତା ଗତି

    ଆଗକୁ ତ ଯାଏ ବହି

କାହିଁ କେତେ ଦୂରେ ସାଗର ଡାକଇ

     ମିଳନର ସୁଖ ପାହି।


ପ୍ରକୃତି କୋଳରେ ଯେ ଯାହା କରମେ

    ସେବା ଦେଉଛନ୍ତି ନିତି

ଧନ୍ୟ ସେ ବିନ୍ଧାଣୀ ଗଢିଛି ଏ ମହୀ

    ସକଳ ଦ୍ରବ୍ୟ ସାଉଁଟି।


ଏ କଥା ଭାବିଲେ ମଥା ନଇଁ ଯାଏ

    ଧନ୍ୟ ଧନ୍ୟ ଜଗନ୍ନାଥ

ସଂସାର କଲ୍ୟାଣ ସର୍ବ ଶୁଭ ଦେଇ

    ଦିଶୁ ଥାଉ ଦିବ୍ୟ ପଥ।


Rate this content
Log in

Similar oriya poem from Action