STORYMIRROR

Prahallad Sahoo

Tragedy Action Classics

3  

Prahallad Sahoo

Tragedy Action Classics

ସେହି ପାଗଳୀ

ସେହି ପାଗଳୀ

1 min
127


ନାମହୀନ ବସ୍ତୁର ଅନାବଶ୍ଯକତା ପରି

ସେ ବି ଏବେ ସଂଜ୍ଞାହୀନ ଓ ନାମହୀନ।

ମୃତ୍ୟୁର ଭୟାବହତା ଅନ୍ୟକୁ ଭୟଭୀତ କରିପାରେ

ଜନ୍ମର ଆତ୍ମୀକ ସ୍ବତନ୍ତ୍ରତା ସମସ୍ତଙ୍କୁ ଆହ୍ବାନ କରେ।

ତେବେ, ସେ ଜନ୍ମ ଏବଂ ମୃତ୍ୟୁର ଦୋଛକିରେ

ଆଜି ପରିତ୍ୟକ୍ତ, ଅପାଂକ୍ତେୟ, ଅନାବଶ୍ୟକ, 

ଅମଣିଷଟିଏ କାହାପାଇଁ; 

କାହାପାଇଁ ଆଜି ସେ ପାଲଟିଛି ଅନାମିକା?


ପ୍ରାଚୁର୍ଯ୍ୟର ତୂଳୀତଳ୍ପ ସଜ୍ଜ୍ଯା ବିବର୍ଜିତା

ମୋହ, ମାୟା, ସ୍ନେହ, ପ୍ରେମ ଏବଂ

ବନ୍ଧନ ମୁକ୍ତ ବିହଙ୍ଗଟିଏ ପରି ଉଡିବୁଲୁଛି 

ଶାଖା ପ୍ରଶାଖା ବିହୀନ ବୃକ୍ଷରୁ ବୃକ୍ଷକୁ।


ଚଢେଇକୁ ପଥର ଫିଙ୍ଗିବା ପରି

ସେ ବି ଅନେକ ପଥର ମାଡ ଖାଇଛି;

ଗାଳି, ମାଡ କଥା ନ ପଚାରିଲେ ଭଲ !

କାରଣ ବଞ୍ଚିବାର ଆଶାରେ କେତେବେଳେ

ପଟେ ରୁଟି ମାଗିଛି ତ କେବେ ମୁଠେ ଭାତ,

ଆଉ ତାର ପ୍ରତିବଦଳରେ ଥାପଡ ଏବଂ ଲାଞ୍ଛନା।


ଆଜି ସେ ପାଗଳୀ ?

ନହେବ ବା କାହିଁକି !

ସେ ଜଣେ ପଦାର୍ଥ ବିଜ୍ଞାନୀ

ତା ତତ୍ତ୍ବାବଧାନରେ ବନିଛନ୍ତି ଅନେକ ଜ୍ଞାନୀ।


ଭାରସାମ୍ଯ ହରାଇ ସେ ଏବେ ଅଳିଆ ଗଦାର

ତୁଚ୍ଛ ଅଳିଆ, ବେଦରକାରୀ ହୋଇଯାଇଛି,

ପ୍ରଥମେ ସ୍ବାମୀ ଏବଂ ତାପରେ ସନ୍ତାନ 

ଏମିତି ଆଗ ପଛ ହୋଇ ସମସ୍ତେ ଦୂରେଇଗଲେ 

ଅକାଳ ମୃତ୍ୟୁ ଅବା ବିପର୍ଯ୍ୟସ୍ତ ପରିସ୍ଥିତି

ସବୁକିଛି ତାଠାରୁ ଛଡେଇ ନେଇଛି।


ବେସାହାରା, ନିରାଶ୍ରିତ, ଅବଳା, ଦୁର୍ବଳା ରୂପି

ଅସହିଷ୍ଣୁତାର କରୁଣ ବିଳାପରେ ଜର୍ଜରିତ ସେ

କେବଳ ବଞ୍ଚିଛି ସର୍ବଶ୍ରେଷ୍ଠ ପୁରସ୍କାର ସହିତ

ତିନି ତୁଣ୍ଡର ଧାର୍ଯ୍ଯ ଏକ ଅନାମିକାର ନାମ

-ପାଗଳୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy