ତ୍ରିରଙ୍ଗା
ତ୍ରିରଙ୍ଗା
ଜାତୀୟ ପତାକା ଆମରି ଦେଶର
ତ୍ରିରଙ୍ଗା ମୈତ୍ରୀ ର ଅନନ୍ୟ ସ୍ୱାକ୍ଷର ।
ଯହିଁ ପ୍ରସ୍ଫୁଟିତ ଜାତୀୟ ଚେତନା
ଅତୁଳନ ଗାଥା ଗୌରବ ଗାରିମା ।
ଜାତୀୟ ସଂହତି ଐକ୍ୟ ମୈତ୍ରୀ ରକ୍ଷା
କରି ଗଲେ ଯାହା ନିର୍ମାଣ ଭେଙ୍କେଆ ।
ତିନି ରଙ୍ଗ ଘେନି ଦୀପ୍ତି ସୂରଞ୍ଜନ
ପ୍ରତି ଭାରତୀୟ ମନ ଆକର୍ଷଣ ।
କରି ସ୍ନେହ ପ୍ରେମ ଶ୍ରଦ୍ଧା ର ସୁବାର୍ତ୍ତା
ବିତରଇ ବିଶ୍ୱେ ମୈତ୍ରୀ ଓ ଏକତା ।
ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ଭାବ
ଯେ ପତାକା ତଳେ ନ ରହେ କଦାଚ ।
ପ୍ରିତୀ, ଅନୁରାଗ, ସ୍ନେହ ,ପ୍ରେମ, ଶ୍ରଦ୍ଧା,
ପ୍ଲାବନ ଖେଳାଇ ଜାଗରଣ ସଦା ।
ଆନନ୍ଦ ଉଲ୍ଲାସ ଆହ୍ୱାନ ବୁଣଇ
ପ୍ରିତୀ ଅନୁରାଗ ଅନ୍ତରେ ଯୋଗାଇ ।
ଥାଏ ସଞ୍ଚାରିଣ ଜାତୀୟ ଚେତନା
ତ୍ରିରଙ୍ଗା ପତାକା ଦିଅଇ ପ୍ରେରଣା ।
ଦେଶ ଜାତି ସେବା ପାଇଁ ଲୋକଙ୍କର
ହୃଦୟେ ପ୍ରକାଶେ ଭାବ ନିରନ୍ତର ।
