STORYMIRROR

Debabrata Mishra

Abstract Action Classics

3  

Debabrata Mishra

Abstract Action Classics

ମୃତ୍ୟୁର ଜୀବନ

ମୃତ୍ୟୁର ଜୀବନ

1 min
205

ତୁମେ ଦେଖିଥିବ ଅମାବାସ୍ଯାର ଜହ୍ନ

ମୁଁ ଦେଖିଛି ଜହ୍ନର ଅମାବାସ୍ଯା

ତୁମେ ଦେଖିଥିବ ଜହ୍ନର ଅଗ୍ନିଶିଖା

ମୁଁ ଦେଖିଛି ଶୀତଳ ସୂର୍ଯ୍ୟର ଅନ୍ଧକାର ।


ତୁମେ ଶୁଣିଥିବ ଏନ୍ତୁଡ଼ିଶାଳର କୁଆଁକୁଆଁ 

ମୁଁ ଶୁଣିଛି ଆର୍ତ୍ତନାଦର ମଶାଣି ଶବଦ

ତୁମେ ଦେଖିଥିବ ଶବଦାହର ଦୃଶ୍ୟ

ମୁଁ ଦେଖିଛି ଶବଦାହକର ସାହସ ।


ତୁମେ ଦେଖିଥିବ ସଂସାରର ସମ୍ପର୍କ

ମୁଁ ଦେଖିଛି ସମ୍ପର୍କର ଘୃଣ୍ଯ ବେପାର

ତୁମେ ଦେଖିଥିବ ନାରୀର ସୁନ୍ଦରତା

ମୁଁ ଦେଖିଛି ନାରୀର ଚରିତ୍ରର ବିବିଧତା ।


ତୁମେ ଶୁଣିଥିବ ସକାଳର କାକଳୀ ରାବ

ମୁଁ ଶୁଣିଛି ରାତ୍ରିରେ ମହାନଗରର ପ୍ରଭାବ

ତୁମେ ଦେଖିଥିବ ନିଶ୍ଚେ ଜୀବନର ମୃତ୍ୟୁ

ମୁଁ ଦେଖିଛି ସମାଜେ ମୃତ୍ୟୁର ଜୀବନ୍ତ ତତ୍ତ୍ବ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract