Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ବାପୁଜୀ

ବାପୁଜୀ

1 min
152


ଘେନ ହେ ବାପୁଜୀ ମୋହର  

ଭକ୍ତି ପୂତ ନମସ୍କାର

ଅଜାଡ଼ି ଦିଏ ନିତ୍ୟେ

ତୁମ୍ଭ ପ୍ରତି ଶ୍ରଦ୍ଧା ସୁମନ ଭାର ।


ସତ୍ୟ ନିଷ୍ଠ ଆହେ ସାଧକ  

ସତ୍ୟ ଓ ଅହିଂସା ନୀତି

ଧରି ଚିର କାଳ ଅସହ

ଯୋଗରେ ରହିଲ ବ୍ରତୀ ।


ଧନ୍ୟ ତୁମ ଧଇଯ୍ୟ, ତ୍ୟାଗ

ସେବା ଓ ସାଧନା ଭାବ

ସତ୍ୟ ଓ ଅହିଂସା ଅସ୍ତ୍ରରେ

ଲଢି ବିଜୟୀ ହେଲ ।


ସମୟ।ନୁବର୍ତ୍ତିତା ଗୁଣ

ତୁମ୍ଭ ଠାରେ ଚିର କାଳ

ଥିଲା ସର୍ବା ଧିକ ଭାବ ରେ

ଯାହା ଘେନି ଲଢି ଥିଲ ।


ତୁମ ଠାରେ ଥିଲା ପ୍ରଖର 

ମହନୀୟ ସୁଗୁଣ ଧାର

କହିବା ଆଗରୁ କରିବା

ଆଦର୍ଶ ସୁବ୍ୟକ୍ତିତ୍ୱର ।


ପରିଚାୟକ ଯେ ଅଟଇ

ଦେଶ ପ୍ରେମ ଶ୍ରଦ୍ଧା ଆଦର

ଆଦର୍ଶ ନୀତି ପାଳନ

ବିପଦେ ସାହସ ଶକତି

ଉତ୍ସାହ ଜାଗୃତି , ଜ୍ଞାନ ।


ଅନୁଭବ ତଥ୍ୟ ସଂଗ୍ରହ

ସାଥେ ପ୍ରୟୋଗ କରିଣ 

ଭାରତ ମାତାଙ୍କୁ ଇଂରେଜ

ଶାସନୁ କଲ ସ୍ୱାଧୀନ ।


Rate this content
Log in

Similar oriya poem from Abstract