ଅହଂକାର
ଅହଂକାର
ଅହଂକାର ଗୁଣ ପ୍ରାଣୀର ପ୍ରବୁତ୍ତି ଅଟେ
ଭାବ‐ଅନୁଭବ ତାହା ହେତୁରୁ ପ୍ରକଟେ ॥
ଯାହା ଘେନି ଆପଣାକୁ ମଣେ ବଡ ସାନ
ଅହଂକାର ଘେନି ରଖେ ପ୍ରାଣୀ ନିଜ ମାନ ॥
ମାନବ ମାନସେ କେତେ ଅଭିନବ ଭାବ
ଯୋଗାଇ ଦୂରାଇ ଦିଏ ଆପଣା ଅଭାବ ॥
ଉଦ୍ଭାବନ ,ଆବିସ୍କାର ,ଜ୍ଞାନ‐ ଅନୁଭୁତି
ଅହଂକାର ଘେନି ପ୍ରାଣେ ସଂଚରେ ଜାଗୂତି ॥
ଜୀବନର ସୁବିପୁଳ ରହସ୍ଯ ଭଣ୍ତାର
ଭେଦନେ ପ୍ରେରଣା ଦେଇ ଥାଏ ଅହଂକାର ॥
ଅଭିନବ ଅନୁଭବ ସତତ ଯୋଗାଇ
ମାନବ ମାନସେ କେତେ ଭାବ ପ୍ରକଟାଇ ॥
ଦୂଢତା ସାହସ,ଶକ୍ତି, ଜାଗୂତି ସଂଚାରେ
ବିବେକ ବିଚାର, ଦମ୍ଭ , ଗୁଣର ପ୍ରସାରେ ॥
ଅହଂକାର ଗୁଣ ହୋଇ ଥାଏ ସହାୟକ
ପ୍ରାଣୀ ପାଇଁ ହୋଇ ଥାଏ ଆନନ୍ଦ ଦାୟକ ॥
ପୁଣି ବିପରୀତେ ହାନୀ କେତେ ପହଁଚାଏ
ଗରବେ ‐ଉଦ୍ଧତ, ମଦ‐ମତ୍ତ ସେ କରାଏ ॥
ହିତାହିତ ଜ୍ଞାନ ସେହି ଦିଅଇ ଭୁଲାଇ
ଦୁଃଖ ଯାତନାର ଗତ୍ତେ ପ୍ରାଣୀକୁ ପକାଇ ॥
ସାଧଇ ଅଶେଷ ହାନୀ ସେହି ଅହଂକାର
ଅଜ୍ଞାନ ପାଲଟେ ଅହଂକାର ମତ୍ତ ନର ॥
ସୁଖ ‐ଦୁଃଖ ଆବର୍ତ୍ତନ ଘଟେ ତାହା ଘେନି
ମଣିଷ ପାଲଟେ ତାହା ଘେନି ଅତି ମାନି ॥
ଦୁର୍ଯୋଧନ ଅହଂକାରେ କୁରୁବଂଶ ନାଶ
ରାବଣର ଅହଂକାରେ ସ୍ବର୍ଣ୍ଣ‐ଲଙ୍କା ଧ୍ବଂଶ ॥
ପରି ଯେ ବିପୁଳ ଉଦା ହରଣ ରହିଛି
ଅହଂକାର ମତ୍ତ ନର ନମାନଇ କିଛି ॥
ରାଗ, ଲୋଭ,ଈର୍ଷା, ଘୃଣା ତା' ଯୋଗୁଁ ଉପୁଜେ
ନରକ ଆଡକୁ ମଣିଷକୁ ଟାଣି ନିଏ ॥
ତା' ଠାରୁ ଦୂରାଇ ରହି ପାରିଲେ ମାନବ
ସୁମଣିଷ ହୋଇ ସାଧୁ‐ସନ୍ଥ ବୋଲାଇବ ।।
