STORYMIRROR

Minakumari Tahala

Action Inspirational Others

3  

Minakumari Tahala

Action Inspirational Others

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
189


ଏ ରକ୍ଷା ବନ୍ଧନ ଆମ ପରମ୍ପରା 

କେଉଁ କାଳୁ ରହିଅଛି

ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ

ଏହି ରାକ୍ଷୀ ସୂଚାଉଛି। 

ସୁତାର ରାକ୍ଷି ରେ କେତେ ଯେ ମମତା

ଯୋଡି ହୋଇ ରହିଅଛି

ଭାଇ ର ଶୁଭେଚ୍ଛା ମନାସି ଭଉଣୀ

ହସ୍ତେ ତାର ବାନ୍ଧୁ ଅଛି।

କେବେ ତ ଭଉଣୀ ମାଗେ ନାହିଁ ସିଏ

ସୁନା ରୂପା ହାତୀ ଛତି

ବିପଦେ ଆପଦେ ଭାଇ ଠିଆ ହେବ

ଏତିକି କରେ ମିନତି।

ଏହି ପରି ଦିନେ ରାକ୍ଷୀ ବାନ୍ଧି ଥିଲେ ଦ୍ରୌପଦୀ ଶ୍ରୀକୃଷ୍ଣ ହସ୍ତେ

ରାକ୍ଷୀ ର ପାଉଣା କୁରୁସଭା ସ୍ଥଳେ

ବସ୍ତ୍ର ଦେଲେ ଅବିରତେ। 

ସୁଭଦ୍ରା ଭଉଣୀ ଜଗା ବଳିଆ ଙ୍କୁ ବାନ୍ଧି ଦେଇ ସୁନା ରାକ୍ଷୀ

ରଥଯାତ୍ରା ବେଳେ ଦୁଇଭାଇ ତାଙ୍କୁ

ସୁରକ୍ଷା ଦେଇ ନିଅନ୍ତି।

ଏହିପରି ବିଶ୍ଵ ଭାତୃତ୍ବ ପ୍ରେମ କୁ ବାନ୍ଧିଯେ ରଖିବା ପାଇଁ

ରାକ୍ଷୀ ଟିଏ ଆଜି ଲୋଡ଼ା ପଡୁଅଛି

ସଂପର୍କର ଡୋରିହୋଇ।

ସଭିଏଁ ଭଉଣୀ ଭାଇ ଏଠି ପରା

ଚଳିବା ଏକାଠି ହୋଇ

ରକ୍ଷା ବନ୍ଧନ ସାର୍ଥକ ହୋଇବ

ନବୀନ ପୁଲକ ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action