STORYMIRROR

Samar Ballav Bhoi

Abstract Romance Action

4  

Samar Ballav Bhoi

Abstract Romance Action

ଅଭିନୟ

ଅଭିନୟ

1 min
401


ପ୍ରଥମ ପୃଷ୍ଠାରେ ଲେଖିଥିଲି 

ତୁମ ବିନା ଜୀବନ

ନୁହେଁ ମୋର ଜୀବନ

ତୁମେ ତ ସାଗର ପରି ମହାନ

ନୀଳ ଆକାଶ ପରି ପରିବ୍ୟାପ୍ତ

ବିସ୍ତୃତ ତୁମର ହୃଦୟ

ଠିକ୍ ସାଗର ର ଦେହ ପରି

ମନେ ହେଉଥିଲା ତୁମ ସେହି 

ବିସ୍ତୃତ ହୃଦୟ ସାଗର ମଧ୍ୟରେ

ଥରେ ନଦୀ ହୋଇ ମିଶିବାକୁ ।

ତୁମେ ତ ସାଗର କେବେହେଲେ 

ବୁଝିନାହଁ ଏ ନଦୀ ଦୁଃଖର ଖବର  

ବାଧ୍ୟ ହୋଇଥିଲି ମିଶିବାକୁ ତୁମ ସାଥେ

ଆଶାର ପଥରେ କେତେ ବାଧା 

ବନ୍ଧନ କୁ ଅତିକ୍ରମ କରି ।

ମିଳନର ଠିକ୍ ଅନତି ଦୁରରେ ତୁମେ ଥିଲ

ମୋ ସାଥେ ମିଶିବାକୁ

କିନ୍ତୁ ସୃଷ୍ଟି ହେଲା ଏକ ତ୍ରିକୋଣ ଭୂମି 

ଠିକ୍ ମିଶିବାର କିଛି ମୂହୁର୍ତ୍ତ ପୂର୍ବରୁ

ମିଳନର ବିଛେଦରେ ।

ତୁମେ ସୃଷ୍ଟି କଲ ଦ୍ବିତୀୟ ପୃଷ୍ଠାର କାହାଣୀ

ମୋ ପାଇଁ ହେଲା ତାହା

ନାଟକ ର ପ୍ରଥମ ଅଙ୍କ

ଦ୍ବିତୀୟ ଦୃଶ୍ୟରେ ତୁମେ ମୋର

ବୁହାଇଲ ଜୀବନର ଅଶ୍ରୁଧାର 

ମୋ ବିଷର୍ଣ୍ଣ ପୁଲକିତ ନୟନରେ

ତଥାପି ଚାହୁଁ ଥିଲା ଏହି ଅଶ୍ରୁଧାର

ମିଶିବା ପାଇଁ ତୁମ ସେହି ବିସ୍ତିର୍ଣ୍ଣ 

ହୃଦୟ ସାଗରେ ।

ଅଦିନ ବାତ୍ୟା ରେ ଭାଙ୍ଗିଗଲା 

ମୋର ଭାବନାର ରଙ୍ଗମଞ୍ଚ

ଅଶ୍ରୁଭିଜା ନୟନରେ ଫେରିଲି ମୁଁ

ସେ ଅଭିନୟେ

ଏହା ଥିଲା ମୋ ପାଇଁ ଅଭିନେତ୍ରୀର 

ଅଭିନୟ...... ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract