Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Abstract Romance Action

4  

Samar Ballav Bhoi

Abstract Romance Action

ଅଭିନୟ

ଅଭିନୟ

1 min
392



ପ୍ରଥମ ପୃଷ୍ଠାରେ ଲେଖିଥିଲି 

ତୁମ ବିନା ଜୀବନ

ନୁହେଁ ମୋର ଜୀବନ

ତୁମେ ତ ସାଗର ପରି ମହାନ

ନୀଳ ଆକାଶ ପରି ପରିବ୍ୟାପ୍ତ

ବିସ୍ତୃତ ତୁମର ହୃଦୟ

ଠିକ୍ ସାଗର ର ଦେହ ପରି

ମନେ ହେଉଥିଲା ତୁମ ସେହି 

ବିସ୍ତୃତ ହୃଦୟ ସାଗର ମଧ୍ୟରେ

ଥରେ ନଦୀ ହୋଇ ମିଶିବାକୁ ।

ତୁମେ ତ ସାଗର କେବେହେଲେ 

ବୁଝିନାହଁ ଏ ନଦୀ ଦୁଃଖର ଖବର  

ବାଧ୍ୟ ହୋଇଥିଲି ମିଶିବାକୁ ତୁମ ସାଥେ

ଆଶାର ପଥରେ କେତେ ବାଧା 

ବନ୍ଧନ କୁ ଅତିକ୍ରମ କରି ।

ମିଳନର ଠିକ୍ ଅନତି ଦୁରରେ ତୁମେ ଥିଲ

ମୋ ସାଥେ ମିଶିବାକୁ

କିନ୍ତୁ ସୃଷ୍ଟି ହେଲା ଏକ ତ୍ରିକୋଣ ଭୂମି 

ଠିକ୍ ମିଶିବାର କିଛି ମୂହୁର୍ତ୍ତ ପୂର୍ବରୁ

ମିଳନର ବିଛେଦରେ ।

ତୁମେ ସୃଷ୍ଟି କଲ ଦ୍ବିତୀୟ ପୃଷ୍ଠାର କାହାଣୀ

ମୋ ପାଇଁ ହେଲା ତାହା

ନାଟକ ର ପ୍ରଥମ ଅଙ୍କ

ଦ୍ବିତୀୟ ଦୃଶ୍ୟରେ ତୁମେ ମୋର

ବୁହାଇଲ ଜୀବନର ଅଶ୍ରୁଧାର 

ମୋ ବିଷର୍ଣ୍ଣ ପୁଲକିତ ନୟନରେ

ତଥାପି ଚାହୁଁ ଥିଲା ଏହି ଅଶ୍ରୁଧାର

ମିଶିବା ପାଇଁ ତୁମ ସେହି ବିସ୍ତିର୍ଣ୍ଣ 

ହୃଦୟ ସାଗରେ ।

ଅଦିନ ବାତ୍ୟା ରେ ଭାଙ୍ଗିଗଲା 

ମୋର ଭାବନାର ରଙ୍ଗମଞ୍ଚ

ଅଶ୍ରୁଭିଜା ନୟନରେ ଫେରିଲି ମୁଁ

ସେ ଅଭିନୟେ

ଏହା ଥିଲା ମୋ ପାଇଁ ଅଭିନେତ୍ରୀର 

ଅଭିନୟ...... ।।


Rate this content
Log in