Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Inspirational Others

4  

ବି. ନିରୁପମା

Action Inspirational Others

ଏକତାର ମନ୍ତ୍ର ଘୋଷ

ଏକତାର ମନ୍ତ୍ର ଘୋଷ

1 min
518



ସୁପ୍ତ ଜନତା ଜାଗ୍ରତ ହୁଅ

ଏକତାର ମନ୍ତ୍ର ଘୋଷ,

ସେଇ ମନ୍ତ୍ର ନାଦେ ନିନାଦିତ ହେଉ

ଏ ସାରା ଭାରତବର୍ଷ ।(୦)


ସନ୍ଥ ସମାନ ସ୍ୱଚ୍ଛକର ମନ,

ଗୁଣ-ଗରିମାରେ ହୁଅ ଗରୀୟାନ ।

ତା' ହୃତ ଗୌରବ ଆକର୍ଷି ଆଣ

ଆଜି ଲୋଡ଼ୁଛି ଯା' ଦେଶ ।(୧)

ସୁପ୍ତ ଜନତା ଜାଗ୍ରତ ହୁଅ

ଏକତାର ମନ୍ତ୍ର ଘୋଷ...


କାପୁରୁଷ ନୁହଁ, ତୁମେ ସିଂହଛୁଆ,

ବଜ୍ର ସମାନ ଟାଣ କର ହିଆ ।

ପ୍ରତିରୋଧ କର ଅନ୍ୟାୟ ଯାହା

ପ୍ରସର ସତ୍ୟର ଯଶ ।(୨)

ସୁପ୍ତ ଜନତା ଜାଗ୍ରତ ହୁଅ

ଏକତାର ମନ୍ତ୍ର ଘୋଷ...


ଶୂର-ବୀରଙ୍କର ଉତ୍ତର ଦାୟାଦ,

ଚେତିଉଠ ତୁମେ ଭାଙ୍ଗି ତୁମ ନିଦ ।

କର ଦେଶହିତ ନାଶି ଭେଦାଭେଦ

ପୂର୍ଣ୍ଣ ପ୍ରାଣେ ବହି ହର୍ଷ ।(୩)

ସୁପ୍ତ ଜନତା ଜାଗ୍ରତ ହୁଅ

ଏକତାର ମନ୍ତ୍ର ଘୋଷ...


ସେଇ ମନ୍ତ୍ର ନାଦେ ନିନାଦିତ ହେଉ

ଏ ସାରା ଭାରତବର୍ଷ ।



Rate this content
Log in

Similar oriya poem from Action