STORYMIRROR

Anjana Naik,Anju..Deogarh

Action Classics Others

4  

Anjana Naik,Anju..Deogarh

Action Classics Others

ଅଜା

ଅଜା

1 min
494

ମୋର କୁନିକୁନି ପାଦରେ 

ପାଉଁଜିର ରୁଣୁଝୁଣୁ 

ଆଉ ଟଳମଳ ଚାଲିରେ

ମୁଗଧ୍ ହୋଇ ଡାକଯେବେ ମୋତେ 

ଆ ମୋ ପାଖକୁ ଆ ମୋ ରାଣୀ 

ମୁଁ ଦୌଡ଼ୁ ଦୌଡ଼ୁ ଝୁଣ୍ଟିପଡେ 

ତମେ କୋଳେଇ ନେଇ 

ଗାମୁଛାରେ ଝଟ୍ କିନା 

ମୋ ଦେହର ଧୂଳି  

କେତେ ସରାଗରେ ପୋଛି ଦେଉଥିଲ ।

ଖଣ୍ଡି ଉଡା଼ ବେଳ ଏବେ

ଟିକି ଟିକି ପରରେ ମୋର

ଅଫୁରନ୍ତି ଚଞ୍ଚଳତା ଭରିଦିଅ

ମୁଁ ମୁକ୍ତ ଗଗନରେ ଉଡ଼ି ଉଡ଼ି 

ଲକ୍ଷସ୍ଥଳ ସନ୍ଧାନ କରିବି 

ବର୍ଷାହୋଇ ଆଶିର୍ବାଦ ଦେଇଦିଅ  ।


କେତେ ନାନାବୟା ଗୀତ

ଦଣ୍ଡ ନାଚର ସୁର 

ଶୁଣିଶୁଣି ଭୁଲିଯାଏ ସବୁ ବ୍ୟଥାକୁ

ମୁଁ ତ କାନ୍ଦି କାନ୍ଦି ଲୋଟିଯାଏ

ତମ ଉନ୍ମୁକ୍ତ ଛାତିରେ ଆଉଜି

ଲାଉ କି କଖାରୁ ଡଙ୍କ ଭଳି 

ଜହ୍ନ ରାଇଜର ଗପ ଶୁଣେଇଁ

ପିଠି ଥାପୁଡେଇ ଶୁଆଇ ଦିଅ ।

ଆଜି ମୁଁ ଅନିଦ୍ରା ଅବିଶ୍ରାନ୍ତ ନିଶି

ଜଞ୍ଜାଳ ଘଣାରେ ପେଷିହୋଇ

ଚୁର୍ଣ୍ଣ ବିଚୁର୍ଣ ମୋର ଅସ୍ତିତ୍ବ 

ନିଛାଟିଆ ମୋ ଜୀବନେ

ଖୁସିର ଅଣୁ ଟିକେ ଝିଣ୍ଟି ଦିଅ

ସାରା ଦୁଃଖ ମୁଁ ପିଇ ଯିବି

ନିଜେ ନିଜେ ବି ଜିଇଁଯିବି

ଛୋଟ ଛୋଟ ସ୍ବପ୍ନ କାକର ବୁନ୍ଦା ସମ

ମୋ ଜୀବନରେ ଭରିଦିଅ ।

 

ଆଜି ମୁଁ ଅନ୍ଧାର ମୁଲକରେ 

ଜୀବନ ଯୁଧ୍ୟରେ ହାରି ଧୁଳିଧୁସର 

ମୋ ଚଲା ପଥରେ 

ଆପଣା ଲୋକଙ୍କ ଦ୍ୱାରା ଶରାହତ 

ଆଜି ମୁଁ ଲହୁଲୁହାଣ ଏକାନ୍ତରେ 

ଦୂର ଆକାଶର ତାରା ତମେ

ମୋତେ ନିର୍ଜନ ରାତିରେ 

ଟିକେ କଣେଇଁ ଚାହିଁଦିଅ ।

ଥରେ ତମ ସେନେହ ବୋଳା

ସାତରଙ୍ଗୀ ଗାମୁଛାରେ 

ମୋ ସ୍ବପ୍ନରେ ଆସି

ଲୁହବୋଳା ମୁହଁ ପୋଛିଦିଅ ।


ଅବିନଶ୍ବର ଏ ଦେହରେ ମୋର

ବିଶ୍ବାସ ଘାତକତାର 

ଛୋଟ ବଡ଼ କ୍ଷତ ଅଗଣିତ

ଥରେ ତମେ ସାଉଁଳେଇ ଦିଅ 

ରକ୍ତର ସୂଅ ବି ମୁଦିଯିବ

ଆଉ ପଲକମୁଦି ନିଶ୍ଚିତରେ ଶୋଇଯିବି 

ମୁଁ ଭୀଷ୍ମର ଶରଶଯ୍ୟା ଭଳି

ବାକି ଜୀବନ ମୁଁ ବଞ୍ଚିଯିବି

ଟିକେ ଆଶ୍ବାସନା  ଦେଇଦିଅ ।

ଅଜା ତମ ବଙ୍କୁଲି ବାଡ଼ିରେ 

ଦୂର ଆକାଶରୁ  

ବାଦଲ ଗରଜି ବଜ୍ର ପ୍ରହାର କରି

ମୋ ସମସ୍ତ ଶତୃଙ୍କୁ ପରାସ୍ତ କରିଦିଅ 

ବାକି ଜୀବନ ନିଶ୍ଚିତରେ ବଞ୍ଚିଯିବି

ଜୀବନେ ମୂର୍ଚ୍ଛନା ର ମନ୍ତ୍ର ଶିଖେଇଦିଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action