STORYMIRROR

Bharatabandhu Biswal

Action Classics Inspirational

4  

Bharatabandhu Biswal

Action Classics Inspirational

ଗୁଣ୍ଡୁଚି ମୂଷା

ଗୁଣ୍ଡୁଚି ମୂଷା

1 min
590



ନିମିତ୍ତ ମୁଁ ମାତ୍ର   ଧନ ମାନ ହୀନ

    ଅଳ୍ପ ବୁଦ୍ଧି କ୍ଷୁଦ୍ର ନର

ନାହିଁ ମୋ ଶକତି   ଅଚଳା ସମ୍ପତ୍ତି

    ଜାଣିନି ପୂଜା ମନ୍ତର ।


ପଢିନାହିଁ ବେଦ    ଶାସ୍ତ୍ର ଓ ପୁରାଣ

    ବିଶେଷ ଜ୍ଞାନ ବିଜ୍ଞାନ

ପ୍ରତିଷ୍ଠା ଉତ୍ତମ     ଅରଜି ନାହିଁ ମୁଁ

     ଦୀନ ହୀନ ଅକିଞ୍ଚନ ।


ତୁମରି ତ ଦାନ   ଏ ଜୀବନ ପ୍ରାଣ

    ତୁମେ କର୍ମ ଧର୍ମ ଲକ୍ଷ୍ୟ

ତୁମ ପାଦପଦ୍ମ   ହେଉ ସଦା ଧ୍ୟେୟ

    ପ୍ରାପ୍ତି ପରମ ଉଦ୍ଦେଶ୍ୟ ।


p>

ଭକ୍ତି ସେବା ନିଷ୍ଠା   ଭାବ ସମର୍ପଣେ

     ଅରପୁଛି ନଇବେଦ୍ୟ

ମହତ ତୁମର    ସୃଷ୍ଟି କଲ୍ୟାଣାର୍ଥେ

    ହେଉ ଅନୁକୂଳ ଗ୍ରାହ୍ୟ ।


ଜଗତର ନାଥ     ପ୍ରଭୁ ଜଗନ୍ନାଥ

    ଶ୍ରୀରାମ ପୁରୁଷୋତ୍ତମ

ଦିଅ ଶୁଭାଶିଷ    କର୍ତ୍ତବ୍ୟ କରମେ

     ଢ଼ାଳି ଦିଏ ମନ ପ୍ରାଣ ।


ସାମାନ୍ୟ ଗୁଣ୍ଡୁଚି    ମୂଷିକର ସମ

    ହେଉ ମୋ ଜୀବନ ଧନ୍ୟ

ତବ ଶ୍ରୀଚରଣେ    ଲାଗିରହୁ ମନ

    ଲୋଡେ ନାହିଁ ଧନ ଜନ ।

  


Rate this content
Log in

Similar oriya poem from Action