ଏହା କେମିତିକା ଶିକ୍ଷା
ଏହା କେମିତିକା ଶିକ୍ଷା
ଆଜିିର ସମାାଜ ହୋଇଛି ଏମିିିତି,
ଲାଗେ ସତେ ଶିକ୍ଷାହୀନ
ଏମିିିତି ଘାରିଛି ଅତ୍ୟାଧୁନିକତା ,
ମଣିିଷ ହରାଏ ଜ୍ଞାନ ।
ଭୃଣହତ୍ୟା ପାପ ଜାଣିବା ପରେ ବି,
କନ୍ୟାଭୃଣ କରେ ହତ୍ୟା
ପୁତ୍ର ଲୋଭେ ଆଜି ଶିକ୍ଷିିତ ସମାଜ,
ହରାଏ ବିବେକ ସତ୍ତା ।
ଶିଶୁମାନଙ୍କୁ ସେ ଲଗାଏ କାମରେ,
ହରି ତାଙ୍କ ସ୍ୱାଧୀନତା
ଶିକ୍ଷାରୁ ବଞ୍ଚିତ ହୋଇଥାଏ ଶିଶୁ,
ଏହା କି ନ୍ୟାୟର କଥା ।
ନାରୀ ଉପରେ ସେ ପକାଏ କୁୁୁୁୁଦୃଷ୍ଟି ,
ନାରୀଠୁଁ ଜନମ ହୋଇ
କିପରି ଭୁଲେ ସେ ମା ଭଉଣୀଙ୍କୁ,
କାମ ମୋହେ ହଜିିିିଯାଇ ।
ପିତାମାତାଙ୍କର ବାର୍ଦ୍ଧକ୍ଯ କାଳରେ,
ନିଜର କର୍ତ୍ତବ୍ଯ ଭୁଲି
ବେସାହାରା କରିି ଜନମଦାତାଙ୍କୁ ,
ଦିଏ ବୃଦ୍ଧାଶ୍ରମେ ଠେଲି ।
ବିବେକ ହରେଇ ଅବିିିବେକତାର,
ମଣିିିଷ ନିିିଏକି ଦୀକ୍ଷା
ଶିକ୍ଷିିତଗୋଷ୍ଠୀକୁ ଛୋଟ ପ୍ରଶ୍ନଟିିିଏ,
ଏହା କେମିତିକା ଶିକ୍ଷା ।