Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Inspirational Children

3  

ବୀରେନ୍ କୁମାର ବେହେରା

Inspirational Children

ପରିବାର ଦିଏ ପ୍ରକୃତ ଶିକ୍ଷା

ପରିବାର ଦିଏ ପ୍ରକୃତ ଶିକ୍ଷା

1 min
124


ଜନ୍ମ ହେବା ପରେ ପିଲାଟିଏ ବଢେ,

ପରିବାର ପରିବେଶରେ ଥାଇ ।

ସଭିଙ୍କ ପାଖରେ ଯତ୍ନ ସହକାରେ,

ବଢିଥାଏ ସ୍ନେହ ଆଦର ପାଇ ।।

ନବଜାତକଟେ ପରିବାରେ ରହି,

ଅବହେଳାରେ ସେ ବଢେନି କେବେ ।

ସଭିଙ୍କ ପାଖରେ ହସଇ ଖେଳଇ,

ସବୁ ସଦସ୍ଯଙ୍କୁ ନିଜର ଭାବେ ।।

ପିଲାର ବଢଇ ଆତ୍ମିୟତା ଭାବ,

ଏକତା ଗୁଣ ବି ସେଇଠୁ ଶିଖେ ।

ସମସ୍ତଙ୍କୁ କରେ ଅନୁକରଣ,

ସଭିଙ୍କ ଆଚାର ସେଇଠି ଦେଖେ ।।

ପରିବାର ଅଟେ ବିଦ୍ୟାଳୟଟିଏ,

ସମସ୍ତ ଚପଳମତିଙ୍କ ପାଇଁ ।

ତେଣୁ ପିଲାଟିକୁ ରଖ ପରିବାରେ,

ନିଃସଙ୍ଗତାଠାରୁ ରଖ ଦୂରେଇ ।।

ପରିବାର ମଧ୍ଯେ ପିଲାଟି ରହିଲେ,

ଭବିଷ୍ୟତ ତାର ହୋଇବ ରକ୍ଷା ।

ତେଣୁ ପରିବାର ଉପଯୁକ୍ତ ସ୍ଥାନ,

ପରିବାର ଦିଏ ପ୍ରକୃତ ଶିକ୍ଷା ।।


Rate this content
Log in

Similar oriya poem from Inspirational