STORYMIRROR

Nrusingha Narayan Tripathy

Inspirational Others

3  

Nrusingha Narayan Tripathy

Inspirational Others

ବନ୍ଧୁତା

ବନ୍ଧୁତା

1 min
187


ମନ ଆକର୍ଷଣ ସମ୍ପର୍କ ମହାନ

ହୃଦୟ ଆବେଗ ପୂର୍ଣ୍ଣ 

ଅସ୍ଥିର ଲାଗଇ  ତାକୁ ନଦେଖିଲେ

ବନ୍ଧୁତ୍ୱର ନିଦର୍ଶନ ll


ସେନହ ମମତା ଯେ ଆନ୍ତରିକତା

ଭାବ ବନ୍ଧା ଭାବନାରେ

ସୁଖ ଦୁଃଖ ପ୍ରେମ ଭଲ ମନ୍ଦ କାମ

ମନ ଦୃଢ ସମ୍ପର୍କରେ ll


ନେବା ଦେବା ଭାବ ନଥାଏ ତ୍ୟାଗରେ 

ତ୍ୟାଗହିଁ ବନ୍ଧୁତ୍ୱ ଡୋର 

ମାନ ଅପମାନ  ବଡ଼ ଅବା ସାନ

ନଥାଏ ଗଣିତ ତାର ll


ଜୀବନ କ୍ଷଣିକ ବନ୍ଧୁତ୍ୱ ଅମର

ବନ୍ଧୁତ୍ୱରେ ବାନ୍ଧିହେବା

ମାନବିକ ଜ୍ଞାନ ସହାନୁଭୂତିରେ

ବନ୍ଧୁ ଧର୍ମ ନିଭାଇବା ll


କୃଷ୍ଣ ଓ ସୁଦାମ କଥା ପୁରାଣର

ଏବେଅଛି ଜନଶ୍ରୁତି

ଶ୍ରେଷ୍ଠ ବନ୍ଧୁତ୍ୱର ବାର୍ତ୍ତାକୁ ପ୍ରଚାରେ

ଧନ୍ୟଯେ ଆମ ସଂସ୍କୃତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational