Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Inspirational

4  

ବୀରେନ୍ କୁମାର ବେହେରା

Inspirational

ଯାତ୍ରା ଦେଇଥାଏ ଖୁସି

ଯାତ୍ରା ଦେଇଥାଏ ଖୁସି

1 min
325


ମଣିଷ ଟିକିଏ ଖୁସି ପାଇବାକୁ,

ବିଭିନ୍ନ ଉପାୟ ଖୋଜେ ।

ଉପାୟ ମିଳିଲେ ସବୁକିଛି ଭୁଲି,

ଖୁସିରେ ଖୁସିରେ ମଜେ ।।

ନୂଆ ନୂଆ ଜାଗା ଯାତ୍ରା କରିବାକୁ,

ମନରେ ସେ ବାନ୍ଧେ ଆଶା ।

ସେହି ଯାତ୍ରା ପାଇଁ କରେ ସେ ପ୍ରସ୍ତୁତି,

ବଢେ ତା ଯାତ୍ରାର ନିଶା ।।

ନୂଆ ସ୍ଥାନ ଦେଖି ଶିଖେ ନୂଆ କଥା,

ସାଉଁଟେ ସେ ଅନୁଭୂତି ।

ସେ ଅନୁଭୂତିକୁ ବାଣ୍ଟଇ ଖୁସିରେ,

ମେଳକରି ସାଙ୍ଗସାଥୀ ।।

ଅନୁଭୂତି ବାଣ୍ଟି ହୁଏ ସେ ଆନନ୍ଦ,

ନଥାଏ ଖୁସିର ସୀମା ।

ସେ ଅନୁଭୂତିରୁ ଅନ୍ୟମାନେ ଶିଖି,

ବଢାନ୍ତି ଜ୍ଞାନ ଗାରିମା ।।

ଯାତ୍ରା ଏହିପରି ଜଣକ ମନରେ,

ଅନୁଭୂତି ଦିଏ ନେସି ।

ସେଥିପାଇଁ ସର୍ବେ ଯାତ୍ରାକୁ ଆଦର,

ଯାତ୍ରା ଦେଇଥାଏ ଖୁସି ।।



Rate this content
Log in

Similar oriya poem from Inspirational